ରାଷ୍ଟ୍ରପତିଙ୍କ ଠାରୁ ଫଳକ ସହ ମାନପତ୍ର ଗ୍ରହଣ କଲେ ଜିଲ୍ଲାପାଳ

0

ରାୟଗଡ଼ା: ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାୟଗଡ଼ା ଜିଲ୍ଲାପାଳ ସ୍ଵଧାଦେବ ସିଂ ଗ୍ରହଣ କରିଛନ୍ତି ଭୂମି ସମ୍ମାନ । ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଙ୍କୁ ଭୂମି ସମ୍ମାନ ପ୍ରଦାନ କରିବା ସହ ମାନପତ୍ର ଓ ଫଳକ ପ୍ରଦାନ କରିଥିଲେ ।

ରାୟଗଡା ଜିଲ୍ଲାର ସମସ୍ତ ତହସିଲର ଖତିୟାନ କମ୍ପ୍ୟୁଟିକରଣ, କଡ୍ରଷ୍ଟଲ ମ୍ୟାପ ଅଧୁନିକରଣ, ଖତିୟାନ ସହ କଡ୍ରଷ୍ଟଲ ମ୍ୟାପ ସଂଯୋଗୀଙ୍କରଣ, ଅନ ଲାଇନ ଜମି ପଞ୍ଜୀକରଣ, ରେକର୍ଡ ରୁମ ଆଧୁନିକରଣ ଆଦିର ମାପଦଣ୍ଡ ଉପରେ ସମୀକ୍ଷା କରି ଏସବୁଥିରେ ଶତପ୍ରତିଶତ ଲକ୍ଷ ଧାର୍ୟ୍ୟ ହାସଲ କରିଥିବାରୁ ରାୟଗଡା ଜିଲ୍ଲାକୁ ପ୍ଲାଟିନମ ଗ୍ରେଡ଼ର ସଫଳତା ମିଳିଥିବା କ୍ଷେତ୍ରରେ ରାୟଗଡ଼ା ଜିଲ୍ଲାକୁ ଆଜି ଭୂମି ସମ୍ମାନରେ ସମ୍ମାନିତ କରାଯାଇଛି । ଭାରତ ସରକାରଙ୍କ ଗ୍ରାମୀୟ ଉନ୍ନୟନ ମନ୍ତ୍ରଣାଳୟର ଭୁସମ୍ପଦ ବିଭାଗ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି । ଆଜିର ଏହି ପୁରସ୍କାର ଗ୍ରହଣ ଉତ୍ସବରେ ଜିଲ୍ଲା ପାଳଙ୍କ ସହ ଗୁଡ଼ାରି ତହସିଲଦାର ଭାରତୀ ଦେବୀ, ମୁନିଗୁଡା ତହସିଲଦାର ସୁଶ୍ରୀ ଅନାମିକା ପାଣ୍ଡେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଉପସ୍ଥିତ ଥିଲେ ।