(ରିିପୋର୍ଟସ ଟୁଡ଼େ): କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣା ଓ କର୍ମଚାରୀମାରଣ ନୀତି ବିରୋଧରେ ଦେଶରେ ଶ୍ରମିକ୍ ସଂଗଠନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡ଼ାକରା ଦିଆଯାଇଛି । ୧୨ ଦଫା ଦାବି ନେଇ ଧର୍ମଘଟ କରୁଛି ସଂଗଠନ । ଅନ୍ୟପଟେ ରାଜଧାନୀରେ ଜବାବ ମାଗୁଛି ବିଜେପି କାର୍ୟ୍ୟକ୍ରମ କରି ରାଜ୍ୟର ବିଭିନ୍ନ ଅଂଚଲରୁ ଚାଷୀମାନେ ସ୍ୱାର୍ଥର ସୁରକ୍ଷା ଦାବି ସହ ହକ ପାଇଁ ରାଜଧାନୀର ରାଜରାସ୍ତାରେ ଏକାଠି ହୋଇ ସଚିବାଳୟ ଆଗରେ ବିକ୍ଷୋଭ କରିଛନ୍ତି । ଧର୍ମଘଟ ଓ ବିକ୍ଷୋଭ କୁ ଦୃଷ୍ଟିରେ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତା ସହିତ ସଚିବାଳୟର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ଡ଼ିସିପି ସତ୍ୟଜିତ ମହାନ୍ତି ସୁଚନା ଦେଇଛନ୍ତି ।