ଟ୍ୟାକ୍ସ ସେଭିଂ ପାଇଁ କେତୋଟି ଦିଗ ପ୍ରତି ଧ୍ୟାନ ଆବଶ୍ୟକ

0

ଋିପୋର୍ଟର୍ସ୍ ଟୁଡେ: ଟ୍ୟାକ୍ସ ସେଭିଂ କରିବାକୁ ଚାହୁଁଥିଲେ ୩୧ମାର୍ଚ୍ଚ ପୂର୍ବରୁ କିଛି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ସେଗୁଡିକ ମଧ୍ୟରେ ରହିଛି:-
ଟ୍ୟାକ୍ସ ସେଭିଂ ଡେଡ଼ଲାଇନ୍
ଯଦି ଆପଣ ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଟ୍ୟାକ୍ସ ବଞ୍ଚାଇବା ପାଇଁ ଚାହୁଁଛନ୍ତି ତେବେ ୩୧ମାର୍ଚ୍ଚ ୨୦୧୯ ସୁଦ୍ଧା ଏହା କରାଇ ନିଅନ୍ତୁ। ଯଦି ଆପଣ କୌଣସି ସ୍ଥାନରେ ଚାକିରି କରିଛନ୍ତି ତେବେ ଏନେଇ ଆପଣଙ୍କୁ ଅଫିସରେ ପିପିଏଫ, ଏନଏସସି, ଟ୍ୟାକ୍ସ ସେଭିଂ ଏଫଡି, ୟୁଲିପ୍, ଏଲଆଇସି ପଲିସି, ଏନପିଏସ ଏବଂ ଟ୍ୟାକ୍ସ ଧାରା ୮୦ସି ଅନ୍ତର୍ଗତ ଏହି ସମସ୍ତ ନିବେଶର ବିକଳ୍ପ ସୂଚନା ଦେବାକୁ ପଡ଼ିବ। ଏହା ବ୍ୟତୀତ ଆପଣ ମେଡିକାଲ ଇନସୁରାନ୍ସ ଏବଂ ହାଉସ ରେଣ୍ଟ୍ ଆଲାଉନ୍ସ ରେ ଆପଣ ଟ୍ୟାକ୍ସ ଫେରସ୍ତର ମଧ୍ୟ ଦାବି କରିପାରିବେ। ଏହାକୁ ବଞ୍ଚାଇବା ପାଇଁ ଆପଣଙ୍କୁ ତୁରନ୍ତ ନିର୍ଦ୍ଦାରିତ ସମୟ ପୂର୍ବରୁ ଟ୍ୟାକ୍ସ ଭର୍ତ୍ତି କରିବାକୁ ପଡ଼ିବ।
ଆଇଟିଆର ଫାଇଲ
ଗତ ଆର୍ଥିକ ବର୍ଷରେ ୨୦୧୭-୧୮ରେ ଆଇଟିଆର ଭର୍ତ୍ତି କରିବା ପାଇଁ ଯଦି ଭୁଲି ଯାଇଛନ୍ତି ତେବେ ୩୧ ଡ଼ିସେମ୍ବର ଆଗରୁ ତାହାକୁ ଭର୍ତ୍ତି କରନ୍ତୁ। ଅଥବା ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ତେବେ ଯଦି ଆପଣ ଡ଼ିସେମ୍ବର ୩୧ ତାରିଖ ଭିତରେ ମଧ୍ୟ ଆଇଟିଆର ଭର୍ତ୍ତି କରୁଛନ୍ତି ତେବେ ଆପଣଙ୍କୁ ୫୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। କାରଣ ଏହାକୁ ଭରିବାର ଶେଷ ତାରିଖ ୩୧ ଅଗଷ୍ଟ ୨୦୧୮ ପର୍ୟ୍ୟଦନ୍ତ ରହିଥିଲା। ସେହିଭଳି ଯଦି ଆଇଟିଆର ଆପଣ ୩୧ ମାର୍ଚ୍ଚ ୨୦୧୯ ପୂର୍ବରୁ ଦେଉଛନ୍ତି ଆପଣଙ୍କୁ ୧୦ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।
ଶେୟାର ମାର୍କେଟ
ଯେଉଁ ଷ୍ଟକହୋଲ୍ଡରମାନଙ୍କର ଶେୟାର ଫିଜିକାଲ ଫର୍ମରେ ରହିଛି ସେମାନଙ୍କୁ ଏପ୍ରିଲ ୨୦୧୯ ପୂର୍ବରୁ ଡ଼ିମେଟ ଫର୍ମାଟରେ ତାହାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ନିର୍ଦ୍ଦାରିତ ତାରିଖ ମଧ୍ୟରେ ଏହାକୁ ପରିବର୍ତ୍ତନ ନକଲେ ଏପ୍ରିଲ ମାସ ପରେ ସେମାନେ ଆଉ ଫିଜିକାଲ ଫର୍ମରେ ବ୍ୟାପାର କରିପାରିବେ ନାହିଁ। ଭାରତୀୟ ଷ୍ଟକଏକ୍ସଚେଞ୍ଜ ନିକଟରେ ଏହାର ଶେଷ ତାରିଖ ଡିସେମ୍ବର ୫ରୁ ଏପ୍ରିଲ ୧ କରିଥିବା ସୂଚନା ମିଳିଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମୟ ସୀମା
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏଇ) ଅନ୍ତର୍ଗତ କ୍ରେଡ଼ିଟ ଲିଙ୍କ ସବସିଡ଼ିର ଲାଭ ଉଠାଇବା ପାଇଁ ୩୧ ମାର୍ଚ୍ଚ ୨୦୧୯ ଶେଷ ତାରିଖ ରହିଛି । ଏହା ସେହି ବ୍ୟକ୍ତିଙ୍କ ପାଇଁ ଅଧିକ ଲାଭଦାୟକ ଯେଉଁମାନେ ଘର କିଣିବା ସହ ପିଏମଏର ଲାଭ ଉଠାଇବାକୁ ଚାହୁଁଛନ୍ତି।
ପାନ କାର୍ଡ ସହ ଆଧାର ଲିଙ୍କ
ଗତବର୍ଷ ସୁପ୍ରିମକୋର୍ଟଙ୍କ ଦ୍ବାରା ଲାଗୁ ଆଇନ ମୁତାବକ ପାନ୍ କାର୍ଡ଼କୁ ଆଧାର ସହ ଲିଙ୍କ କରିବା ଜରୁରୀ । ଏହା ଖାସ କରି ସେହି ବ୍ୟକ୍ତିଙ୍କ ପାଇଁ ଲାଗୁ ରହିଥିଲା ଯେଉଁମାନେ ପ୍ରତିବର୍ଷ ଆଇଟିଆର ଫାଇଲ କରିଥାନ୍ତି। ଏହି ବ୍ୟକ୍ତିଙ୍କ ପାଖରେ ଆଧାର ନିଶ୍ଚିତ ଭାବେ ପାନ କାର୍ଡ ସହ ଲିଙ୍କ ହେବା ଦରକାର। ଏନେଇ ୩୧ମାର୍ଚ୍ଚ ୨୦୧୯ ମସିହା ମଧ୍ୟରେ ଏହି କାମକୁ ଅପାଣଙ୍କୁ ଶେଷ କରିବାକୁ ପଡ଼ିବ। ଯଦି ଆପଣ ଏପରି କରୁନାହାନ୍ତି ତେବେ ଚଳିତ ବର୍ଷ ଆପଣ ଆଉ ଆଇଟିଆର ଫାଇଲ କରିପାରିବେ ନାହିଁ।