ଚନ୍ଦ୍ରକୁ ଯିବେ ମହାକାଶଚାରୀ , ନାମ ଘୋଷଣା କଲା ନାସା

0

ପ୍ରାୟ ୫୦ ବର୍ଷ ପରେ ଚନ୍ଦ୍ରକୁ ଯିବେ ମହାକାଶଚାରୀ । ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ଲାଗି ପାଦ ଦେବେ ଜଣେ ମହିଳା । ଆମେରିକାର ସ୍ପେସ୍ ଏଜେନ୍ସି ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ ନାସା ସୋମବାର ଚାରି ଜଣ ସଦସ୍ୟଙ୍କୁ ଚନ୍ଦ୍ରକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ୪ ମହାକାଶଚାରୀଙ୍କ ନାଁ ଘୋଷଣା ମଧ୍ୟ କରିଛି ନାସା । ଭିକ୍ଟର ଗ୍ଲୋଭର, କ୍ରିଷ୍ଟିନା କୋକ୍, ରିଡ୍ ୱାଇସ ମ୍ୟାନ୍ ଓ ଜେରେମି ହାନ୍ସେନ । ଏଥିରୁ ତିନି ଜଣ ଆମେରିକା ନାସାର ମହାକାଶଚାରୀ ଥିବା ବେଳେ ଜେରେମି କାନାଡା ସ୍ପେସ୍ ଏଜେନ୍ସୀର ମହାକାଶଚାରୀ । ଦୁଇ ବର୍ଷ ଭିତରେ ଆର୍ଟିମିସ-ଟୁ ମିଶନରେ, ୧୦ ଦିନିଆ ଅଭିଯାନରେ ଏମାନେ ଚନ୍ଦ୍ର ପରିକ୍ରମା କରି ପୃଥିବୀ ଫେରିବେ । ମିଶନର କମାଣ୍ଡର ରହିବେ ରିଡ୍ ୱାଇଜମ୍ୟାନ, ପାଇଲଟ ରହିବେ ଭିକ୍ଟର ଗ୍ଲୋଭର, କ୍ରିଷ୍ଟିନା କୋକ୍ ଓ ଜେରେମି ହାନ୍ସେନ ରହିବେ ମିଶନ ସ୍ପେସାଲିଷ୍ଟ । ନାସା ୧୯୬୮ ରୁ ୧୯୭୨ ପର୍ୟ୍ୟନ୍ତ ଆପୋଲୋ କାର୍ୟ୍ୟକ୍ରମ ଅଧୀନରେ ୨୪ ଜଣ ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇଥିଲା। ସେଥିମଧ୍ୟରୁ ୧୨ ଜଣ ଚନ୍ଦ୍ରରେ ଅବତରଣ କରିଥିଲେ। ଆପୋଲୋ ୧୭ ଶେଷ ମିଶନ୍ ଥିଲା । ୧୯୭୨ରେ ଶେଷ ଥର ନାସାର ଆପୋଲ ମିଶନରେ ମହାକାଶଚାରୀ ଚନ୍ଦ୍ର ଯାଇଥିଲେ । ୫୦ ବର୍ଷ ପରେ ଗତ ବର୍ଷ ନଭେମ୍ବର ୧୬ରେ ଆର୍ଟିମିସ-୧ ମିଶନରେ ଚନ୍ଦ୍ରକୁ ମହାକାଶ ଯାନ ପଠାଇଥିଲା ନାସା । ଯାହା ମାନବବିହୀନ ଯାନ ଥିଲା । ଆର୍ଟିମ ୨ରେ ମହାକାଶଚାରୀ, ଚନ୍ଦ୍ର ପରିକ୍ରମା କରି ଫେରିବେ । ଏହାପରେ ଆର୍ଟିମିସ-୩ ମିଶନରେ, ଚନ୍ଦ୍ରରେ ଓହ୍ଲାଇବେ ମହାକାଶଚାରୀ । ଆପୋଲ ପରେ ଆର୍ଟିମିସ ନାସାର ବଡ଼ ମହାକାଶ ଅଭିଯାନ ।