ଭଞ୍ଜନଗର ପରିବହନ ବିଭାଗ ଦ୍ୱାରା ଆସିକା ଠାରେ ରକ୍ଷକ ଫେଜ଼ ୨ ଶିବିର

ଗଞ୍ଜାମ/ରଜନୀକାନ୍ତ ପାତ୍ର : ରାଜ୍ୟ ସଡ଼କ ପରିବହନ ନିଗମଙ୍କ ନିର୍ଦେଶ କ୍ରମେ ଭଞ୍ଜନଗର ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାଏଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ରକ୍ଷକ ଫେଜ଼ 2 ଶିବିର ଆସିକା ବସଷ୍ଟାଣ୍ଡ ଠାରେ ଦୁର୍ଘଟଣା ଜନିତ ଆସୁ ଚିକିତ୍ସା ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା | ଏହି ଶିବିରକୁ ଗଞ୍ଜାମ ଜିଲ୍ଲା ରେଡ଼କ୍ରସ ସଂଯୋଜକ ବି | ଗୋବିନ୍ଦ ରାଓ ପରିଚାଳନା କରିଥିଲା ବେଳେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ ଦେବବ୍ରତ ସାହୁ ଶିବିରରେ ଉପସ୍ଥିତ ଜନସାଧାରଣଙ୍କୁ କିପରି ପ୍ରାଥମିକ ଚିକିତ୍ସା କରାଯାଇ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ ସେ ବିଷୟ ଉପରେ ପ୍ରଶିକ୍ଷଣ ଦେଇଥିଲେ |

ଉକ୍ତ ଶିବିରରେ ସ୍ବେଛାସେବୀ ଶୁଳପାଣି ଶତପଥି, ଆସିକା ବସ ଆସୋସିଏସନ ସଭାପତି ସୂର୍ଯ୍ୟକାନ୍ତ ପରିଡା, ଉପସଭାପତି ପ୍ରମୋଦ ଜେନା, ସଦସ୍ୟ ମନୋରଞ୍ଜନ ପଣ୍ଡା, ଆସିକା ବସଷ୍ଟାଣ୍ଡ ସମ୍ପାଦକ ସନ୍ତୋଷ କୁମାର ପୋଲାଈ ପ୍ରମୁଖ ଉପସ୍ଥିତ ରହି ଥିଲେ | ପ୍ରକାଶ ଥାଉକି ରାଜ୍ୟ ସରକାରଙ୍କ ନୂତନ ସଡକ ସୁରକ୍ଷା ଆଇନ୍ ଅନୁଯାଇ କୌଣସି ରାଜ ରାସ୍ତାରେ ଦୂର୍ଘଟଣା ଘଟିଥିବା ବ୍ୟକ୍ତିଙ୍କୁ ଯଦି କୌଣସି ସହୃଦୟ ବ୍ୟକ୍ତି ମେଡିକାଲରେ ପହଁଞ୍ଚାନ୍ତି ତେବେ ସେହି ବ୍ୟକ୍ତି ଯଦି ଚାହାଁନ୍ତି ଯେ ତାଙ୍କର ଠିକଣା ଗୋପନିୟ ରଖିବା ପାଇଁ ତେବେ ତାଙ୍କ ନାମ ଗୋପନୀୟ ରଖିବା ସହିତ ପୋଲିସ ତାଙ୍କୁ ସେହି ଦୂର୍ଘଟଣାରେ ସଂଶ୍ଳିଷ୍ଟ କରିବେ ନାହିଁ ବୋଲି ଅଧିକାରୀ ମାନେ ଜଣାଇଥିଲେ, ଏବଂ ଯଦି ଜାତୀୟ ରାଜ ପଥରେ କୌଣସି ଅଜଣା ଗାଡିରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାଏ ତେବେ ମୃତ ବ୍ୟକ୍ତିଙ୍କ ପରିବାରକୁ ସରକାର ୨ ଲକ୍ଷ ଟଙ୍କା ସହାୟତା ରାଶି ଓ ଆହାତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଦେବାପାଇଁ ସୂଚିତ କରିଥିଲେ। ପରିଶେଷରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରକାର ସହାୟତା ଉପରେ ଜନସାଧାରଣ ଙ୍କୁ ସୂଚିତ କରାଯାଇଥିଲା |