ଏଣିକି ଭିନ୍ନକ୍ଷମଙ୍କୁ ବିମାନଯାତ୍ରାରେ କେହି ଲଗାଇପାରିବେ ନାହିଁ ରୋକ

ଏଣିକି କୌଣସି ଭିନ୍ନକ୍ଷମଙ୍କୁ ବିମାନ ଯାତ୍ରାରେ ବାରଣ କରାଯାଇପାରିବ ନାହିଁ।

0

(ଦିଲ୍ଲୀ) : ଏଣିକି କୌଣସି ଭିନ୍ନକ୍ଷମଙ୍କୁ ବିମାନ ଯାତ୍ରାରେ ବାରଣ କରାଯାଇପାରିବ ନାହିଁ। ବିମାନ କର୍ତ୍ତୃପକ୍ଷମାନେ ଭିନ୍ନକ୍ଷମଙ୍କୁ ନେବାକୁ ମନା କରିପାରିବେ ନାହିଁ। ଏନେଇ ବେସାମରିକ ବିମାନଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

ରାଞ୍ଚି ବିମାନ ବନ୍ଦରରରେ ଜଣେ ଭିନ୍ନକ୍ଷମଙ୍କୁ ଇଣ୍ଡିଗୋ ବିମାନ ପକ୍ଷରୁ ବାରଣ କରାଯିବା ନେଇ ଦେଶବ୍ୟାପି ଚର୍ଚ୍ଚାର କାରଣ ପାଲିଟିଥିଲା। ଏହା ପରେ ଉକ୍ତ ବିମାନ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ଏହା ପରେ ଡିଜିସିଏ ପକ୍ଷରୁ ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଯଦି ସେଭଳି ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ନଜରକୁ ଆସେ ତେବେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବେ। ଏଥିପାଇଁ ଡାକ୍ତଙ୍କୁ କେଟାଗୋରିକାଲି ରିପୋର୍ଟ ଦେବାକୁ ପଡ଼ିବ। ସେହିପରି ସେ ବିମାନ ଯାତ୍ରା କରିବାକୁ ସକ୍ଷମ କି ନୁହଁ ଡାକ୍ତର ରିପୋର୍ଟ ଦେବେ । ଡାକ୍ତରୀ ରିପୋର୍ଟ ପାଇବା ପରେ ଏୟାରଲାଇନ୍ସ ଉପଯୁକ୍ତ ପଦକ୍ଷେପ ନେଇ ପାରିବ ବୋଲି ଡିଜିସିଏ କହିଛି।