ଆସାମ ବନ୍ୟା : ୬ ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ

ଆସାମରେ ବନ୍ୟା ସବୁ ଧୂଳିସାଦ କରିଦେଇଛି ।

0

(ଆସାମ) : ଆସାମରେ ବନ୍ୟା ସବୁ ଧୂଳିସାଦ କରିଦେଇଛି । ରାଜ୍ୟରେ ଆସିଥିବା ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ପ୍ରାକୃତି ବିପର୍ଯ୍ୟୟ ଯୋଗୁ ୨୬ ଜିଲ୍ଲାର ପ୍ରାୟ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ କଛାର, ଚରାଇଦେବ, ଦରାଙ୍ଗ, ଧେମାଜୀ, ଦିବ୍ରୁଗଡ ଏବଂ ଦିମା ହସାଓ ସମେତ ଆହୁରି କିଛି ଅଞ୍ଚଳରେ ବର୍ଷା ତାଣ୍ଡବ ରଚିଛି । ପରିସ୍ଥିତିକୁ ଦେଖି ସେନା ଓ ଆସାମ ରାଇଫଲସର ଯବାନ ମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। କଚ୍ଚାର ଜିଲ୍ଲାରେ ପରିସ୍ଥିତି ସବୁଠୁ ଅଧିକ ଗମ୍ଭୀର ରହିଛି।

ସୂଚନାନୁଯାୟୀ , ଲଗାଣ ବର୍ଷା ପାଇଁ ଅନେକ ଜିଲ୍ଲାରେ ରାସ୍ତା ନଷ୍ଟ ହେବା ସହ ବ୍ରିଜ୍ ଭାଙ୍ଗିଯାଇଛି । ଏହା ସହ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆସାମ ସମେତ ଅରୁଣାଚଳ ପ୍ରଦେଶ, ମେଘାଳୟ, ପଶ୍ଚିମବଂଗ, ସିକ୍କିମ ଅଂଚଳରେ ମଧ୍ୟ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।