(ଦିଲ୍ଲୀ) : ୟୁକ୍ରେନ୍-ରୁଷ ଯୁଦ୍ଧ ଥମିବାର ନ ଧରୁଣୁ । ଲଗାତାର ଆକ୍ରମଣକୁ ଅଧିକ ଯୋରଦାର କରିଛି ରୁଷ। ପୂର୍ବ ୟୁକ୍ରେନ୍ର ଲୁହାନ୍ସକ୍ରେ ଏକ ସ୍କୁଲ ଉପରେ ବୋମା ମାଡ଼ କରିବାରୁ ୬୦ ଜଣଙ୍କର ମୃତ୍ୟୁ ଘଟିଛି।
ରାଜ୍ୟପାଳ ସେରହିୟ ଗାଇଡାଇ କହିଛନ୍ତି ଯେ, ରୁଷର ସୈନ୍ୟମାନେ ଶନିବାର ଅପରାହ୍ନରେ ବିଲୋହରିବକାରେ ଥିବା ଏକ ସ୍କୁଲରେ ବୋମା ମାଡ଼ କରିଛନ୍ତି। ଯେଉଁଠି ୯୦ ଜଣ ଲୋକେ ଆଶ୍ରୟ ନେଇଥିଲେ। ଏହି ବୋମା ମାଡ଼ରେ ସ୍କୁଲ ବିଲଡିଂ ନଷ୍ଟ ହେବା ସହ ୬୦ ଜଣଙ୍କର ମୃତ୍ୟୁ ଘଟିଛି। ୪ ଘଣ୍ଟା ଧରି ଏହି ବିଲଡିଂଟି ଜଳିଥିଲା। ଅନ୍ୟମାନ ଜୀବନ୍ତ ଦଗ୍ଦ ହୋଇ ଥିବା ବେଳେ କେବଳ ୨ ଜଣଙ୍କ ମୃତ ଦେହ ମିଳିଛି ।
ରୁଷର ଏହି ଭୟଙ୍କର ବିସ୍ଫୋରଣରେ ୬୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଅନ୍ୟପକ୍ଷେ ୟୁକ୍ରେନ୍ର ଉପକୂଳ ସହର ଓଡ଼େଶାରେ ରୁଷ୍ ଆଜି ୪ଟି କ୍ରୁଜ୍ ମିସାଇଲ୍ ମାଡ଼ କରିଛି। ଖାରକିଭରେ ରୁଷ୍ ପୁଣି ବୋମାମାଡ଼ ଆରମ୍ଭ କରିଦେଇଛି।