ସୋନପୁର(ଓମପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ବ୍ଲକ ଛକ ଏକ ନମ୍ବର ଦୁର୍ଗା ପୂଜା କମିଟିର ଗୁରୁତ୍ବପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୂର୍ବ ବର୍ଷର ଆୟବ୍ୟୟ ହିସାବ ଉପସ୍ଥାପନ କରାଯାଇ ଚଳିତ ବର୍ଷ ପୂଜା କେବଳ ରୀତିନୀତି ଅନୁସାରେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ପରେ ପୂଜା ପରିଚାଳନା ପାଇଁ ନୂତନ କମିଟି ଗଠନ କରାଯାଇଥିଲା। ସର୍ବସମ୍ମତି କ୍ରମେ କମିଟି ର ସଭାପତି ଅରବିନ୍ଦ ବାରିକ, ଦିଲୀପ ପାତ୍ର ।
ଉପସଭାପତି, ନିଶାନ୍ତ ମହାନ୍ତି ସମ୍ପାଦକ, ଦଶରଥ ପ୍ରଧାନ ସହସମ୍ପାଦକ, ଆଦିତ୍ୟ ମହାପାତ୍ର କୋଷାଧ୍ୟକ୍ଷ ମନୋନୀତ ହୋଇଥିଲେ । ଉପଦେଷ୍ଟା ଭାବରେ ଡ. ଜ୍ୟୋତିରଞ୍ଜନ ବହିଦାର, ସତ୍ୟେନ୍ଦ୍ର ପାଢୀ, ଆଦିକନ୍ଦ ପାଣିଗ୍ରାହୀ, ଶମ୍ଭୁଭୂଷଣ ପଣ୍ଡା, ବିଧୁଭୂଷଣ ମିଶ୍ର, ଜ୍ୟୋତିରଞ୍ଜନ ପଟ୍ଟନାୟକ, ସନ୍ତୋଷ ସେଠୀ ପ୍ରମୁଖ ମନୋନୀତ ହୋଇଥିଲେ। ଏହା ସହିତ ଅର୍ଥ କମିଟି, ପୂଜା କମିଟି, ସାଂସ୍କୃତିକ କମିଟି, ରାବଣପୋଡି କମିଟି ଆଦିର ସଦସ୍ୟ ମନୋନୟନ କରାଯାଇଥିଲା ।