(ରାଜସ୍ଥାନ): ଜଣେ ମହିଳା ନିଜର ୩ପିଲାଙ୍କ ସହ ଆତ୍ମହତ୍ୟା କରିବା କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଚି ନା ।
ହଁ ଏହା ସତ୍ୟ ଅଟେ ।
ଏପରି ଏକ ନିଷ୍ପତି ନେଇ ରାଜସ୍ଥାନର ଜଣେ ମହିଳା ତାଙ୍କ ତିନି ପିଲାଙ୍କ ସହ ଆତ୍ମହତ୍ୟା କରିବାକୁ ରାଷ୍ଟ୍ରପତିଙ୍କ ଅନୁମତି ମାଗିଛନ୍ତି। ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ରାଷ୍ଟ୍ରପତିଙ୍କ ନାଁରେ ଏକ ସ୍ମାରକପତ୍ର ଲେଖି ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରି ଆତ୍ମହତ୍ୟା କରିବାକୁ ଅନୁମତି ମାଗିଛନ୍ତି। ମହିଳାଙ୍କ କହିବାନୁସାରେ, ତାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକେ ତାଙ୍କୁ ବହୁତ କଷ୍ଟ ଦେଉଛନ୍ତି, ତେଣୁ ସେ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି। ଏହି ମାମଲା ଅଜମେରର ପଟେଲ ନଗର ତୋପଦଡାର ।
ମହିଳାଙ୍କ କହିବାନୁଯାୟୀ ,ଶାଶୂଘର ଲୋକେ ମୋତେ ପିଲାମାନଙ୍କ ସହିତ ଘରୁ ବାହାର କରିଦେବାକୁ ଧମକ ଦେଇଥାନ୍ତି। ସେ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ‘ମୁଁ ୨୯ ଜାନୁୟାରୀ ୨୦୦୭ରେ ବିବାହ କରିଥିଲି। ମୋ ସ୍ବାମୀ, ଶାଶୁ ଏବଂ ନଣନ୍ଦଙ୍କ କହିବାନୁସାରେ ମୋ ସ୍ୱାମୀ ମୋତେ ମାଡ଼ ମାରୁଥିଲେ ଏବଂ ଯୌତୁକ ପାଇଁ ଦାବି କରୁଥିଲେ। ବହୁ ବର୍ଷ ହେଲାଣି ନିର୍ଯ୍ୟାତନା ସହି ଆସୁଛି। ଶେଷରେ, ମୁଁ ମୋର ତିନି ସନ୍ତାନ ୧୩ ଏବଂ ୯ବର୍ଷର ଝିଅ ଏବଂ ପାଞ୍ଚ ବର୍ଷର ପୁଅ ସହିତ ଚାରି ବର୍ଷ ଅଲଗା ରହିଆସୁଛି। ମହିଳା ଜଣକ ଆହୁରି ଲେଖିଛନ୍ତି ଯେ, ତାଙ୍କ ଶାଶୁଘର ଲୋକ ତାଙ୍କୁ ଏଠାରେ ମଧ୍ୟ ହଇରାଣ କରୁଛନ୍ତି।
ସେ କହିଥିଲେ, ‘ମୁଁ ଚାକିରି କରିବାକୁ ଯାଏ, ପିଲାମାନଙ୍କର ଖର୍ଚ୍ଚ ଉଠାଏ, ଘରର ସମ୍ଭାଳେ ମୁଁ କଣ କରିବି ? ଏଭଳି ପରିସ୍ଥିତିରେ ମୋ ପାଖରେ ମୃତ୍ୟୁ ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ।