ଦିବ୍ୟାଙ୍ଗ ଶିକ୍ଷକଙ୍କ ବନ୍ଧୁ ମିଳନ ଉତ୍ସବ

0

(ହିଞ୍ଜିଳି/ରଜନୀକାନ୍ତ ପାତ୍ର) – ନୂତନ ବର୍ଷକୁ ସ୍ବାଗତ କରିବା ଅବସରରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର କାର୍ୟ୍ୟକ୍ରମ ଆୟୋଜନ କରାଯାଏ।କେଉଁଠି ନାଚଗୀତର ମହୋଲ୍ ତ ଆଉ କେଉଁଠି ଭୋଜିଭାତର ଆଶାର ଜମିଥାଏ। ଆଜିକାଲି ଯୁବପିଢି ଏହି ଦିନକୁ ଭରପୁର ଆନନ୍ଦ ଉଲ୍ଲାସର ପାଳନ କରନ୍ତି। ଏହି ନୂତନ ବର୍ଷ ଉପଲକ୍ଷେ ବ୍ଲକ୍ ଦିବ୍ୟାଙ୍ଗ ଶିକ୍ଷକ ସଂଗଠନ ଗଞ୍ଜାମ ସହର ସ୍ଥିତ ବୁଢ଼ୀ ଠାକୁରାଣୀ ମନ୍ଦିର ପରିସରରେ ବ୍ଲକର ସମସ୍ତ ଦିବ୍ୟାଙ୍ଗ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବନ୍ଧୁମିଳନ ଉତ୍ସବ ଆୟୋଜନ ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ସଂଗଠନର ଗଞ୍ଜାମ ବ୍ଲକ୍ ଦିବ୍ୟାଙ୍ଗ ଶିକ୍ଷକ ସଂଗଠନର ପ୍ରତିଷ୍ଠାତା ଶିକ୍ଷକ ରବୀନ୍ଦ୍ର କୁମାର ସେଠୀଙ୍କ ସଂଯୋଜନାରେ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ଅଭିନବ ଉପାୟରେ ଏକ ତମାଖୁ ସଚେତନତା କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସଚେତନତା କାର୍ୟ୍ୟକ୍ରମରେ ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ତଥା ଅଣ ସଂକ୍ରାମକ ରୋଗ ପରାମର୍ଶଦାତା ଡି ଦେବହରି ରେଡି ମୁଖ୍ୟବକ୍ତା ରୂପେ ଯୋଗଦେଇ ତମାଖୁ ଦ୍ଵାରା କିପରି ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡୁଛି ଏବଂ ଶିକ୍ଷକ ମାନେ କିପରି ପ୍ରଭାବିତ ତାହା ଆଲୋଚନା କରିଥିଲେ। ଶିକ୍ଷକ ସମାଜ ସଚେତନ ହୋଇ ନିଜକୁ ତମାଖୁ ମୁକ୍ତ କରିପାରିଲେ ତାହା ସମାଜ ସଂସ୍କାର ପାଇଁ ମାଇଲଖୁଣ୍ଟ ହେବା ସହ ଏକ ସୁସ୍ଥ ଛାତ୍ର ସମାଜ ଗଠନ ହୋଇପାରିବ ବୋଲି ଶ୍ରୀ ରେଡି ମତପ୍ରକାଶ କରିଥିଲେ। ଶିକ୍ଷକ ବସନ୍ତ କୁମାର ବେହେରା ସଭାପତିତ୍ବ କରିଥିଲାବେଳେ ରବୀନ୍ଦ୍ର କୁମାର ସେଠୀ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୋମନାଥ ଦାସ,ବିଭୁତି ଭୂଷଣ ମହାପାତ୍ର, ଏ.ମାଧବ ରେଡ଼ି,ମୀନକେତନ ସାହୁ,ଶୈଳବାଳା ଦଳାଇ, ଦାଶରଥି ମଲ୍ଲିକ,ଏସ.ଡମ୍ବୁରୁ ରେଡ଼ି ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।