ଜମ୍ମୁ-କାଶ୍ମୀରରେ ଭୁକମ୍ପ ଅନୁଭୁତ

0

(ଜମ୍ମୁ-କାଶ୍ମୀର): ଜମ୍ମୁ-କାଶ୍ମିରରେ ସୋମବାର ସକାଳେ ଭୁକମ୍ପ ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି । ଏହି ଭୁମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ଏଯାଏ ମିଳିନାହିଁ । ସୂଚନା ଅନୁଯାୟୀ, ଆଜି ସକାଳେ ଭୁକମ୍ପ ଝଟକା ଅନୁଭବ କରିବା ପରେ ଲୋକେ ତୁରନ୍ତ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ଭୁକମ୍ପର ପ୍ରଭାବ ଅଧିକ ତୀବ୍ର ହୋଇନଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିଲା । କିନ୍ତୁ ଏହି ଭୁକମ୍ପ ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏହି ଭୁକମ୍ପର କେନ୍ଦ୍ର କାଶ୍ମୀର ଘାଟିର ବାନ୍ଦିପୋରା ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୨୧ ତାରିଖରେ ଜମ୍ମୁ-କାଶ୍ମିରରେ ଭୁକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୭ ରେକର୍ଡ କରାଯାଇଥିଲା ।