କ୍ୟାପିଟାଲ ହସ୍ପିଟାଲରେ କରୋନା ଟୀକାକରଣର ଡ୍ରାଏ ରନ ଆରମ୍ଭ

0

(ସରୋଜ କୁମାର ରାଉତ/ଭୁବନେଶ୍ୱର): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶନିବାର କରୋନା ଟୀକାକରଣର ଡ୍ରାଏ ରନ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଭାରତ ସରକାର କୋଭିସିଲ୍ଡ ଟିକାର ବ୍ୟବହାର ପାଇଁ ଅନୁମତି ଦେବା ପରେ ଆଜିଠୁ ଟିକାକରଣ ପାଇଁ ପ୍ରସ୍ତୁତ ଅଛୁ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଚୟନ କରାଯାଇଛି ବୋଲି ସେ କହିଥିଲେ । ତେବେ ପ୍ରଥମେ ୨୫ ଜଣ ସ୍ୱାସ୍ଥକର୍ମୀଙ୍କ ଠାରେ ଟିକାକରଣର ଡ୍ରାଏ ରନ ହୋଇଛି । ଜଣେ ଭାକ୍ସିନେଟର, ଜଣେ ଭାକ୍ସିନେସନ ଅଧିକାରୀ, ଜଣେ ନିରୀକ୍ଷକ ଓ ୨ ଜଣ ସୁପରଭାଇଜରଙ୍କ ଉପସ୍ଥିତିରେ ଏହି ଡ୍ରାଏ କରାଯାଉଛି । ଏଥିପାଇଁ ଏକ ୱେଟିଂ ରୁମ ଓ ଏକ ନିରୀକ୍ଷଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଟୀକା ନେବା ପରେ ବ୍ୟକ୍ତିଙ୍କୁ ୩୦ ମିନିଟ ପାଇଁ ନିରୀକ୍ଷଣରେ ରଖାଯାଉଛି । ରାଜ୍ୟରେ ୩ ଲକ୍ଷ ୨୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମେ କରୋନା ଟିକା ଦିଆଯିବ । ଆଜି ଟିକାକରଣର ଡ୍ରାଏ ରନ ବେଳେ କ୍ୟାପିଟାଲ ହସ୍ପିଟାଲର ଡାଇରେକ୍ଟର ଡ଼ା. ଲକ୍ଷ୍ମୀଧର ସାହୁଙ୍କ ସମେତ ଆସିଷ୍ଟାଣ୍ଟ ଡାଇରେକ୍ଟର ଡ଼ା. ଧନଞ୍ଜୟ ଦାସ ଉପସ୍ଥିତ ଥିଲେ ।