(ମମତା ସାମଲ): ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କାଙ୍କଣପଡା ଗାଁ ନିକଟରେ ଘଟିଛି ସଡକ ଦୁର୍ଘଟଣା । ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକ ବ୍ୟକ୍ତି ଜଣକଙ୍କ ନୂଆପଡା ଗାଁର ସନାତନ ପ୍ରଧାନ ବୋଲି ଜଣାପଡିଛି ।
ସୂଚନାଅନୁସାରେ, ଆଜି ସକାଳେ ସନାତନ ଏକ ବାଇକରେ କାଙ୍କଣପଡା ଯାଉଥିଲେ । ବିପରୀତ ଦିଗରୁ ଜଣେ ବାଇକ ଆରୋହୀ ଆସୁଥିଲେ । କାଙ୍କଣପଡା ତାରିଣୀ ମନ୍ଦିର ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ସନାତନ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ରେଢ଼ାଖୋଲ ଓ ପରେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସନାତନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ ଟଙ୍କଧର ସାମାନ୍ୟ ଆହତ ହୋଇଛନ୍ତି ।