ଭୁବନେଶ୍ୱର: ଶୀତ ଅଧିବେଶନର ୫ମ ଦିନରେ ବିଧାନସଭା ସମ୍ମୁଖରେ ହାଇ ଡ୍ରାମା । ବିଧାନସଭା ସମ୍ମୁଖରେ ଏକ ଦମ୍ପତି ଆତ୍ମାହୁତି କରିବାକୁ ଉଦ୍ୟମ କରିଛନ୍ତି । ଉଭୟ ଦେହରେ ଡିଜେଲ ଢାଳି ଆତ୍ମାହୁତି କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରି ନେଇଛି । ଉଭୟଙ୍କ ଘର ନୟାଗଡ ଜିଲ୍ଲାରେ । ସେମାନଙ୍କ ୫ ବର୍ଷର ଝିଅକୁ ହତ୍ୟା କରାଯାଇଥିବା ବେଳେ ପୁଲିସର ନିସ୍କ୍ରିୟତା ଓ ନ୍ୟାୟରୁ ବଞ୍ଚିତ ହୋଇ ସେମାନେ ଏପରି କରିବାକୁ ବାଧ୍ୟହୋଇଥିବା କହିଛନ୍ତି ।
ପୁଲିସ ସେମାନଙ୍କୁ କାବୁ କରିବା ପରେ ସେମାନେ କହିଛନ୍ତି, ସେମାନଙ୍କ ୫ ବର୍ଷର ଝିଅକୁ ହତ୍ୟା କରାଯାଇଥିଲା । ହତ୍ୟା ପରେ ତାର ଶରୀରରୁ ଆଖି ଓ କିଡନୀ ତାଡି ନିଆଯାଇଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଅଭିଯୋଗକୁ ନେଇ ପୁଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ନାହିଁ । ନ୍ୟାୟ ଦାବିରେ ଉଭୟ ଦମ୍ପତି ଆଜି ବିଧାନସଭା ସମ୍ମୁଖରେ ଦେହରେ ଡିଜେଲ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ପୁଲିସ ସେମାନଙ୍କୁ କାବୁ କରି ନେଇଛି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି ।
ବଜେଟ ଅଧିବେଶନ ସମୟରେ ମଧ୍ୟ ଏମିତି ଏକ ହାଇ ଡ୍ରାମା ବିଧାନସଭା ସମ୍ମୁଖରେ ଦେଖିବାକୁ ମିଳିଥିଲା । ସେହି ନୟାଗଡର ମା ପୁଅ ହସ୍ପିଟାଲ ଆସିଥିବା ବେଳେ ପୁଅ ମାକୁ ବିଧାନସଭା ନିକଟକୁ ଆଣି ମାର ମୁଣ୍ଡ ଜାମିନ ରଖିଥିଲା । ସେହି ଯୁବକ ସେତେବେଳେ ନେତା ମନ୍ତ୍ରୀଙ୍କ ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆଣିଥିବା ବେଳେ ଆଜି ପୁଲିସ ପ୍ରଶ।ସନ ଉପରକୁ ଆଙ୍ଗୁଳି ଉଠାଇଛନ୍ତି ଦମ୍ପତି । ଏଥିସହ ଏହି ଘଟଣା ପୁଲିସ ପ୍ରାଶସନର କଡା ପ୍ରହାରରେ ଥିବା ଫାଙ୍କକୁ ଦର୍ଶାଉଛି ।
SR