(ଅଜିତ ସାହୁ /ଜଳେଶ୍ୱର): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପାଉଁଶକୁଲି ରାଧାନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ବିରିଷ୍ଠ ନାଗରିକ ମଞ୍ଚ ଗଠନ ହୋଇଯାଇଛି। ଇନ୍ଦୁମାଧଵ ମହାନ୍ତିଙ୍କ ଆହ୍ୱାନ କ୍ରମେ ବଂଶୀଧର ମିଶ୍ରଙ୍କ ସଭାପତିତ୍ୱରେ ପାଉଁଶକୁଲି,କରୁଆ, ରଘୁନାଥପୁର,ଭେଲୋରା, ସିଂଲା,ତାଡ଼ଡ଼ା, ପୁଟୁରା ଆଦି ପଂଚାୟତର ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ। ଆଧୁନିକ ଶିକ୍ଷିତ ସମାଜରେ ଅଧିକାଂଶ ଘରେ ବୃଦ୍ଧବୃଦ୍ଧା ମାନେ ନିର୍ୟାତନାର ସ୍ୱୀକାର ହେଉଛନ୍ତି । ପ୍ରତି ଛକରେ ମଦ ଦୋକାନ ଖୁଳିବା ନୀତିକୁ ବିରୋଧ,ନିଶା ନିବାରରଣ, ଘରୋଇ ଅଶାନ୍ତିର ଦୁରିକରଣ, ଶିକ୍ଷା, ସ୍ଵାସ୍ଥ୍ୟ,ସ୍ଵଛତା ଉପରେ ଅଧିକ ସଚେତନତା କରାଇବା, ସହିତ ଦୁର୍ନୀତି ଆଦି ବିରୋଧରେ ଲଢ଼ି ସାଧାରଣ ଲୋକଙ୍କୁ ସେମାନଙ୍କ ହକ ଓ ନ୍ୟାୟ ଦେବାକୁ ଉଦ୍ୟମ କରାଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା।ସମସ୍ତ ସଦସ୍ୟଙ୍କ ସମ୍ମତିକ୍ରମେ କାର୍ୟ୍ୟକାରୀ ସମିତି ଗଠନ ସହିତ ଯୋଗ୍ୟ ବେବେଚିତ ବ୍ୟକ୍ତ ମାନଙ୍କୁ ବିଭିନ୍ନ ପଦ ପଦବୀ ବଣ୍ଟନ କରାଯାଇଥିଲା। ଏହି ଅବସରରେ କବି ବନବିହାରୀ ମହାନ୍ତିଙ୍କ “ସାଗରିକା “ପୁସ୍ତକ ଉନ୍ମୋଚନ କରା ଯାଇଥିଲା। ବରିଷ୍ଠ ନାଗରିକ ମାନଙ୍କ ଏଭଳି ଲୋକାଭିମୁଖୀ ପଦକ୍ଷେପକୁ ସାଧରଣରେ ପ୍ରସଂଶା କରାଯାଇଛି।