ଟିମ୍ ଇଣ୍ଡିଆରୁ ଅବସର ନେଲା ଜର୍ସି ନମ୍ବର ୭ । ଏହି ନମ୍ବରରେ ଜର୍ସି ପିନ୍ଧୁଥିଲେ କିମ୍ବଦନ୍ତୀ ଖେଳାଳି ମହେନ୍ଦ୍ର ସିଂହ ଧୋନୀ । ସେ ଅବସର ନେବା ପରେ ଏହି ଜର୍ସିକୁ ମଧ୍ୟ ଅବସର ଦେବାକୁ ବିସିସିଆଇ ନିଷ୍ପତି ନେଇଥିବା ସୂଚନା ରହିଛି । ଧୋନିଙ୍କ ପ୍ରତିଷ୍ଠିତ ଜର୍ସି ନମ୍ବର-୭କୁ ଅନ୍ୟ କୌଣସି ଖେଳାଳି ପିନ୍ଧି ପାରିବେ ନାହିଁ । ୭ ନମ୍ବର ଜର୍ସି ଅନ୍ୟ କୌଣସି ଭାରତୀୟ ଖେଳାଳିଙ୍କ ପାଇଁ ଉପଲବ୍ଧ ହେବ ନାହିଁ । ଆନ୍ତର୍ଜାତୀୟ କ୍ରିକେଟରୁ ମହେନ୍ଦ୍ର ସିଂହ ଧୋନି ୩ ବର୍ଷ ହେଲା ଅବସର ନେଇଛନ୍ତି । ୩ ବର୍ଷ ପରେ ବିସିସିଆଇ ଏହି ଯୋଜନା କରୁଛି ।
ବିସିସିଆଇ ପକ୍ଷରୁ କୁହାଯାଇଛି, ଧୋନି ନିଜ କ୍ରିକେଟ୍ କ୍ୟାରିୟର ଯେଉଁ ଜର୍ସି ପିନ୍ଧିଥିଲେ, ସେହି ସାର୍ଟକୁ ଅବସର ଦିଆଯିବ । ଏହି ନମ୍ବର ଜର୍ସି ଅନ୍ୟ କୌଣସି କ୍ରିକେଟଙ୍କୁ ଦିଆଯିବ ନାହିଁ । ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୦୭ରେ ଟି-ଟ୍ୱେଂଟି ବିଶ୍ୱକପ, ୨୦୧୧ରେ ଦିନିକିଆ ବିଶ୍ୱକପ, ୨୦୧୩ରେ ଆଇସିିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ତାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଶୀର୍ଷରେ ପହଞ୍ଚିଛି । ଧୋନି ଇଣ୍ଟରନ୍ୟାସନାଲ କ୍ରିକେଟରୁ ୧୫ ଅଗଷ୍ଟ ୨୦୨୦ରେ ସନ୍ୟାସ ନେଇଥିଲା । ସେହିପରି ଏହା ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ।
ଧୋନୀଙ୍କୁ ପୂର୍ବରୁ ଅନ୍ୟତମ କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକର ପିନ୍ଧୁଥିବା ୧୦ ନମ୍ବର ଜର୍ସିକୁ ୨୦୧୭ରେ ଅବସର ଦେଇଥିଲା ବିସିିସିଆଇ । ଏବେ ଯେଉଁମାନେ ନୂଆ ଖେଳାଳି ଭାବେ ଦଳରେ ସାମିଲ ହେଉଛନ୍ତି ଏହି ଦୁଇ ନମ୍ବର ଉପଲବ୍ଧ ହେବ ନାହିଁ ।