(ରିପୋର୍ଟସ ଟୁଡ଼େ)ବେଙ୍ଗାଲୁର: ଆଇପିଏଲର ଦ୍ଵାଦଶ ସଂସ୍କରଣର ସପ୍ତମ ମ୍ୟାଚ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ଦୁଇ ଦଳ ସିଜିନରେ ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ। ଏହି ମ୍ୟାଚରେ ବେଙ୍ଗାଲୁରୁ ଫ୍ରାଞ୍ଚାଇଜି କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଙ୍ଘ ସହିତ ମିଶି ଏକ ମହତ ପଦକ୍ଷେପ ଉଠାଇଛନ୍ତି। ଯାହାକୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି।
ଆରସିବି ଏବେ ନିଜର ପ୍ରତ୍ୟେକ ଘରୋଇ ମ୍ୟାଚ ପାଇଁ ଆର୍ମିର ୬୦ ସୈନିକଙ୍କୁ ମ୍ୟାଚ୍ ଦେଖିବା ପାଇଁ ନିମନ୍ତ୍ରଣ ଦେଇଛି। ବେଙ୍ଗାଲୁରୁ ଦଳ ଏବଂ ଭାରତୀ ସିମେଣ୍ଟ୍ସ ପକ୍ଷରୁ ଉଠାଯାଇଥିବା ଏହି ପଦକ୍ଷେପ ଆଧାରରେ ମାର୍ଚ୍ଚ ୨୮ରୁ ମେ ପର୍ୟ୍ୟନ୍ତ ଏମ.ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଆୟୋଜିତ ବେଙ୍ଗାଲୁରୁର ସମସ୍ତ ମ୍ୟାଚ ପାଇଁ ସୈନିକଙ୍କୁ ଆମନ୍ତ୍ରିତ କରାଯାଇଛି।
କର୍ଣ୍ଣାଟକ ସଙ୍ଘ ୨୦ ଯବାନଙ୍କ ପ୍ରାୟୋଜକ ହେବ ଏବଂ ଆରସିବି-ଭାରତୀ ସିମେଣ୍ଟ୍ସ ୨୦-୨୦ ଯବାନଙ୍କ ପ୍ରାୟୋଜକ ହେବ।