ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ : ସମସ୍ତଙ୍କୁ ପିଇବା ପାଣି ଯୋଗାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବସୁଧା ଯୋଜନାରେ ଘରକୁ ଘର ପାନୀୟ ଜଳର ସୁବିଧା ପାଇଁ ଗାଁ କୁ ଗାଁ ବସୁଧା ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ,ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ସ୍ଥିତ ବାଉତିବେଡା ଗ୍ରାମପଞ୍ଚାୟତରେ ଥିବା ଚଟାଣି ଗ୍ରାମରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ।
ଗତ’ ୬ ମାସ ହବ ଆରଡବ୍ଲୁଏସଏସ ତରଫରୁ ଏକ ବସୁଧା ଜଳ ପାଇଁ ଟାଙ୍କି ତିଆରି ଚାଲିଛି । ଏହି ସମୟରେ ଉକ୍ତ କାର୍ଯ୍ୟରେ ସଂପୃକ୍ତ ଥିବା ଏକ ବ୍ୟକ୍ତି ଗୋରୁମହିଷାଣୀ ଥାନା ଅଂଚଳର ଶୈଳେଶ ନନ୍ଦ କାମ ସାଇଡରୁ ଗତ ୧୯ ଅଗଷ୍ଟରେ ଏକ ଜେନରେଟର, କଟର ମେସିନ, ୮ ଏମ ରଡ଼ ବଣ୍ଡଲକୁ ଚୋରି କରି ଏକ ପିକଅପ ଗାଡିରେ ଗୋରୁମୋହିସାଣି ଥାନା ଅନ୍ତର୍ତଗତ କୁଲେଇଶିଳା ପଞ୍ଚାୟତ ଅଂଚଳରେ ଲୁଚାଇ ରଖିଥିଲା। ତେବେ ଚୋରୀ ନେଇ ନାରାୟଣ ଗିରି ନାମକ ବ୍ୟକ୍ତି ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ କ୍ଷ ବିଶୋଇ ଥାନାର ଅଧିକାରୀ ମିନି ଭୋଇ ଥାନାରେ ଏହାକୁ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତକୁ ଜୋରଦାର କରିଥିଲେ।
କୌଣସି ସୂତ୍ରରୁ ଖବର ପାଇ ବିଶୋଇ ପୋଲିସ ଏବଂ ଗୋରୁମହିଷାଣୀ ପୋଲିସ ଗତକାଲି ରାତି ସମୟରେ ମିଳିତ ଭାବେ ଚଢ଼ାଉ କରି ୬ ଜଣ ଯୁବକଙ୍କୁ ଗିରଫ କରିବା ସହିତ ଚୋରି ହୋଇଥିବା ଜିନିଷକୁ ଜବତ କରିଥିଲେ। ଏହି ୬ଯୁବକ ହେଲେ ଗୋରୁମହିଷାଣି ଥାନା ଅଂଚଳର ସୁଦର୍ଶନପୁର ଗ୍ରାମର ଶୈଳେଶ ନନ୍ଦ , ପ୍ରଣେଷ ମଣ୍ଡଳ, ଦୁଷ୍ମନ୍ତ ପାଲ, ସେକ ଅରମାନ, ବିକାଶ ମୁଣ୍ଡା ଏବଂ ଦେଶ ଦାସ । ସମସ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରୁଛି ।
ସେପଟେ ଘଟଣାରେ ସଂପୃକ୍ତ ମୁଖ୍ୟ ଶୈଳେଶ ନନ୍ଦ କହିଛନ୍ତି ଆମେ ନିରିହ ଓ ଗରୀବ । ପାଣିଟାଙ୍କି ନିର୍ମାଣର ଠିକାଦାର ମୁନା ମାଝୀ ଆମ କାମର ପ୍ରାପ୍ୟ ନଦେଇ ବାରମ୍ବାର ହଇରାଣ ହରକତ କରିବା ଫଳରେ ମୁଁ ପ୍ରତିଶୋଧ ପରାୟଣ ହୋଇଥିଲି। ଦିନକୁ ୭୦୦ ଟଙ୍କା ଦେବ କହି ୫୫୦ ଟଙ୍କା ଦେଉଥିଲା ଠିକାଦାର। ୩ ମାସରୁ ଉର୍ଦ୍ଧ୍ବ ସମୟ ହେବ ଟଙ୍କା ଦେଇ ନାହିଁ ଠିକାଦାର । ଫୋନ କଲେ ମୋ ନମ୍ବରକୁ ବନ୍ଦ କରି ଦେଇଛି ବୋଲି ଶୈଳେଶ ନନ୍ଦ କହିଛନ୍ତି।