କଣ୍ଟେନର ଭାରସାମ୍ୟ ହରାଇ ଓଲଟିବାରୁ ୬ ମୃତ

ମୁରାଦାବାଦ: ଉତ୍ତରପ୍ରଦେଶ ମୁରାଦାବାଦ ଜିଲ୍ଲା ଗଜରୋଲୋ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । । ସେହିପରି ୧୨ ପଶୁଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏକ କଣ୍ଟେନର ରାଜସ୍ଥାନର ଜୟପୁରରୁ ଚୋଧୁରପୁର ଯାଉଥିଲା । ଏହି କଣ୍ଟେନରରେ ୧୨ ଜୀବଙ୍କୁ ନିଅ।।ଯାଉଥିଲା । ତେବେ ରାଷ୍ଟ୍ରୀୟ ରାଜମାର୍ଗ ବ୍ରଜଘାଟ ଛକ ନିକଟରେ ଥିବା ମହମ୍ମଦାବାଦ ଗାଁରେ କଣ୍ଟେନରର ଟାୟାର ଫାଟି ଯାଇଥିଲେ । ଫଳରେ କଣ୍ଟେନରଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ସ୍ଥାନୀୟ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲା । ଦୁର୍ଘଟଣା ପରେ ରାଜପଥରେ ଜାମ୍‌ ଲାଗିଯାଇଥିଲା ।