ଭୁବନେଶ୍ୱର: ଭ୍ୟାକ୍ସିନ ଆମକୁ ୭୧ରୁ ୯୧% ସୁରକ୍ଷା ଦେଉଛି। ଆଣ୍ଟିବଡି ତିଆରି ହେଉଛି। ଭାଇରସ୍ ସହ ଆଣ୍ଟିବଡି କେତେ ଲଢ଼ି ପାରୁଛି, ତା ଉପରେ ଲକ୍ଷଣ ନିର୍ଭର କରେ। ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ବ୍ୟାପକ ସର୍ଭେଲାନ୍ସ କରାଯିବ। ୧୭ ଜିଲ୍ଲାରେ ସଂକ୍ରମଣ ଜଲଦି ଆରମ୍ଭ ହୋଇଥିଲା, ଶୀଘ୍ର କମିଲା। ଏହି ମାସ ଶେଷ ସୁଦ୍ଧା ସ୍ଥିତିରେ ସୁଧାର ଆସି ଯାଇଥିବ। ଏବେ ଆଇସିୟୁରେ ୫୪% ଓ ଭେଣ୍ଟିଲେଟରରେ ୫୬% ରୋଗୀ ଅଛନ୍ତି ।
ମହାପାତ ଆହୁରି କହିଛନ୍ତି ଟୀକାର ସୁଫଳତାକୁ ନେଇ ଅନୁଧ୍ୟାନ ଦରକାର । ଟୀକା ନେବା ପରେ କେତେ ସଂକ୍ରମିତ ହେଉଛନ୍ତି, କେତେ ସୁସ୍ଥ ହେଉଛନ୍ତି ଓ କେତେ ଜଣଙ୍କ ମୃତ୍ୟୁ ହେଉଛି, ତାର ରିପୋର୍ଟ ଅନୁଧ୍ୟାନ ପରେ ହିଁ କୁହାଯାଇ ପାରିବ । ବିନା ଅନୁଧ୍ୟାନରେ ଟୀକାର ଫଳାଫଳକୁ ନେଇ କିଛି କୁହାଯାଇ ପାରିବ ନାହିଁ ବୋଲି ଆଜି ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।