ବାଲାକୋଟ ଏୟାର ଷ୍ଟ୍ରାଇକ: ୫ ପାଇଲଟଙ୍କୁ ବାୟୁସେନା ମେଡାଲ ପ୍ରଦାନ ପାଇଁ ଘୋଷଣା

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବାଲାକୋଟ ଏୟାରଷ୍ଟ୍ରାଇକ କରିଥିବା ୫ଜଣ ବୀର ପାଇଲଟଙ୍କୁ ବାୟୁସେନା ମେଡାଲ ପ୍ରଦାନ କରିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ୭୩ ତମ ସ୍ୱାଧୀନତା ଦିବସରେ ୱିଙ୍ଗ କମାଣ୍ଡର ଅମିତ ରଂଜନ, ସ୍କଡର୍ନ ଲିଡର ରାହୁଲ ବସୋୟା, ପଂକଜ ଭୁଜଡ଼େ, ବିକେଏନ ରେଡ୍ଡି ଓ ଶଶାଙ୍କ ସିଂହଙ୍କୁ ସେମାନଙ୍କ ବୀରତ୍ୱର ପୁରସ୍କାର ସ୍ୱରୁପ ପଦକ ପ୍ରଦାନ କରାଯିବ । ପାକିସ୍ତାନ ଅଧିକୃତ ସୀମାରେ ଥିବା ଜୈଶ ଇ ମହମ୍ମଦର ଆତଙ୍କବାଦୀ ଆଡ୍ଡାକୁ ବୀର ପାଇଲଟ ଉଡ଼ାଇ ଥିଲେ।

ସୂଚନାଯୋଗ୍ୟ, ଫେବୃଆରୀ ୧୪ ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଫେବୃୟାରୀ ମଧ୍ୟ ରାତ୍ରିରେ ଭାରତୀୟ ବାୟୁ ସେନା ବାଲାକୋଟ ଏୟାର ଷ୍ଟ୍ରାଇକ କରି ଜୈଓ ଆଡ୍ଡା ଉଡାଇବାରେ  ସକ୍ଷମ ହୋଇଥିଲେ ।