ଅଲଚିକି ଓ ନାରୀ ସୁରକ୍ଷା ଅଭିଯାନ୍ ରେ ଦୌଡିଲେ ୪୦୦୦ ପ୍ରତିଯୋଗୀ

0

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ଆଜି ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍ (ମାରିସା)ର ରାଜ୍ୟ ସଭାପତି ଅର୍ଜୁନ୍ ମୁର୍ମୁଙ୍କ ପୌରହିତ୍ୟରେ ମିଶନ୍ ଅଲଚିକି – ୨୦୨୫ ଓ ନାରୀ ସୁରକ୍ଷା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଏକ ମାରାଥନ୍ ରାଲି ଆୟୋଜିତ ହୋଇଥିଲା ।  ଏହାର ଉଦ୍ଦେଶ୍ୟ ହେଉଛି ଦୁଇଟି ଜଳନ୍ତ ପ୍ରସଙ୍ଗ ଉପରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ଏଥିରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା । ପ୍ରସଙ୍ଗ ହେଉଛି ସ୍ୱତନ୍ତ୍ର ସାନ୍ତାଳୀ ଲିପି ‘ଅଲଚିକି’ର ବହୁଳ ପ୍ରଚାର ଓ ପ୍ରସାର ଓ ଅନ୍ୟଟି ହେଉଛି ବର୍ତ୍ତମାନର ସମାଜରେ ନାରୀର ସୁରକ୍ଷା ଯାହାକି ହେଉଛି ଏକ ସମ୍ବେଦନଶୀଳ ପ୍ରସଙ୍ଗ । ସ୍ଥାନୀୟ ଛଉ ପଡିଆଠାରେ ବାରିପଦା ବିଧାୟକ ପ୍ରକାଶ ସୋରେନ୍, ପୂର୍ବତନ କ୍ରୀଡା ମନ୍ତ୍ରୀ ସୁଦାମ ମାରାଣ୍ଡି, ମୟୂରଭଞ୍ଜ ଆଥେଲେଟିକ୍ ଆସୋସିଏସେନ୍ ର ସହ ସମ୍ପାଦକ ଅମର୍ ସେଠୀ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସାନ୍ତାଳୀ ବିଭାଗର ଏଚ୍.ଓ.ଡି ଡ.ଜତିନ୍ଦ୍ର ନାଥ୍ ବେଶ୍ରା, ବରିଷ୍ଠ ଆଇନଜିବୀ ସଚ୍ଚିଦାନନ୍ଦ ଆଚାର୍ଯ୍ୟ, ଜିଲ୍ଲାପୋରିଷଦ ସଭ୍ୟ ନରେନ୍ଦ୍ର ହାଁସଦାଃ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟର ସାନ୍ତାଳୀ ଅଧ୍ୟାପକ ଲକ୍ଷ୍ମଣ ବାସ୍କେ ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସାନ୍ତାଳୀ ଅଧ୍ୟାପକ ଦୁର୍ଗା ସୋରେନ୍ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିବା ସହ ଏହି ମାରାଥନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ମାରିସା ରାଜ୍ୟ ସଭାପତି ଅର୍ଜୁନ୍ ମୁର୍ମୁ ସମେତ ମୟୂରଭଞ୍ଜ ଜିଲ୍ଲା ସଭାପତି ତୋଫାନ୍ ହେମ୍ବ୍ରମ୍, ଉପ ସଭାପତି ରବିନ୍ଦ୍ର ମାର୍ଣ୍ଡି ଓ ସାଧାରଣ ସମ୍ପାଦକ ଚାନ୍ଦ ତାରାଶ୍ ମୁର୍ମୁ , ଜିଲ୍ଲା ଛାତ୍ର ସଭାପତି ଶ୍ୟାମ ସୁନ୍ଦର ହାଁସଦାଃ,ସାଧାରଣ ସମ୍ପାଦକ ଅରବିନ୍ଦ ଟୁଡୁ ଏବଂ ଉପସଭାପତି ଦିପୁ ବେଶ୍ରା, ଶୁଳିଆପଦା ବ୍ଳକ୍ ଛାତ୍ର ସଭାପତି ରାଜୁ ମାର୍ଣ୍ଡି, ରାଜେଶ ବେଶ୍ରା, ମିଶ୍ର ମୁର୍ମୁ, କିଶୁନ ହେମ୍ବ୍ରମ, ସାୱନା ହେମ୍ବ୍ରମ୍, ଚାନ୍ଦ୍ରାୟ ସୋରେନ୍,ସଂଗ୍ରାମ ମୁର୍ମୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ମାରାଥନ୍ ରାଲିରେ ସମୁଦାୟ ଅଂଶଗ୍ରହଣ କରିଥିବା ୪୦୦୦ଜଣ ସ୍ଥାନୀୟ ଛଉ ପଡିଆଠାରୁ ବାହାରି ମା’ ଅମ୍ବିକା ମନ୍ଦିର ଦେଇ ସମଗ୍ର ସହର ପରିକ୍ରମା କରି ପୁନର୍ବାର ସହିଦ୍ ସ୍ମୃତି ଭବନ ପରିସରରେ ପହଞ୍ଚିଥିଲେ ଏଥିରେ ମହିଳା ବର୍ଗର ସସ୍ମିତା ଟିଗା, ସାମନ୍ତା ଗେନ୍, ଦୀପ୍ତି ରାଣୀ, ନାମ୍‌ସି ସାମଦ, ଇତିଶ୍ରୀ ମହାନ୍ତ, ବାହ୍ଲି ମୁର୍ମୁ, ରାଜେସୋରି ସିଂ ଓ  ମିତା ଗୋଇପାଇ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ ଓ ଅଷ୍ଟମ ସ୍ଥାନ ଅଧିକାର କରିଥିଲେ । ସେହିଭଳି ପୁରୁଷ ବର୍ଗର ଅଶୋକ ଦଣ୍ଡସେନା, ଦୟାନିଧି ମୁଣ୍ଡା, ଅନୁପମ୍ ମହାନ୍ତ, ପଞ୍ଚାନନ୍ ବେହେରା, ପବନ୍ କୁମାର ଯାଦବ, ଲାଲୁ କାଲୁନ୍ଦିଆ, ସୋରଜ୍ ବେହେରା ଓ କ୍ୟାପ୍ଟେନ୍ ପୂର୍ତ୍ତି  ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ ଓ ଅଷ୍ଟମ ସ୍ଥାନ ଅଧିକାର କରିଥିଲେ ଏହି ରାଲିରେ ଜିଲ୍ଲାପ୍ରଶାସନ, ପୁଲିସ୍ ଏବଂ ମେଡିକାଲ୍ ଟିମ୍ ସହଯୋଗ କରିଥିଲେ ।