ଅଚାନକ ଭୁଶୁଡ଼ି ପଡିଲା ପୁରୁଣା ବିଲ୍ଡିଂ,୪ ମୃତ

ଅଚାନକ ଭୁଶୁଡ଼ି ପଡିଲା ଏକ ପୁରୁଣା ବିଲ୍ଡିଂର ଏକ ଅଂଶ ।

(ଦିଲ୍ଲୀ) : ଅଚାନକ ଭୁଶୁଡ଼ି ପଡିଲା ଏକ ପୁରୁଣା ବିଲ୍ଡିଂର ଏକ ଅଂଶ । ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ଦିଲ୍ଲୀର ବାୱାନାର ଜେଜେ କଲୋନୀରେ । ଫଳରେ ଏଥିରେ ୪ଜଣ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି।

ସୂଚନାନୁଯାୟୀ , ଅଗ୍ନିଶମ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ, ଅପରାହ୍ଣ ୨.୪୫ରେ ହଠାତ୍ ବିଲ୍ଡିଂ ଭୁଶୁଡ଼ିଥିବା ଖବର ଆସିଲା। ଯାହା ପରେ ଅଗ୍ନିଶମ ବିଭାଗର ୪ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୋଟିଏ ଜେସିବି ମେସିନ୍ ଓ ଦୁଇଟି ଆମ୍ବୁଲାନ୍ସ ମଧ୍ୟ ଉଦ୍ଧାର ପାଇଁ ପଠାଯାଇଥିଲା। ନରେଲା ଥାନା ପୁଲିସ୍ ପହଞ୍ଚିବା ପରେ ଜଣାପଡ଼ିଲା ଯେ ଭୁଶୁଡ଼ିଥିବା ଫ୍ଲାଟ ରାଜୀବ ରତନ ଆବାସର ଏକ ଅଂଶ। ଏଥିରେ ପ୍ରାୟ ୩୦୦ରୁ ୪୦୦ ଫ୍ଲାଟ୍ ଅଛି।