ଶ୍ରୀନଗର: ଭୂକମ୍ପ ଝଟକାରେ ଥରିଲା ଜମ୍ମୁକାଶ୍ମୀର । ଗତକାଲି ବିଳମ୍ବିତ ରାତିରେ ଜମ୍ମୁକାଶ୍ମୀରର ବାରାମୂଳରେ ଭୂକ୍ମପ ଝଟକା ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରେକର୍ଡ କରାଯାଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଭୂକମ୍ପ କାରଣରୁ କୌଣସି ଧନଜୀବନ ନଷ୍ଟ ହୋଇଥିବା ନେଇ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ଭୂକମ୍ପ ସମୟରେ ଲୋକେ ଘରେ ରହିଥିବା ବେଳେ ହଠାତ୍ ବାହାରକୁ ଚାଲି ଆସିଥିଲେ । ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ରହିଥିବା ନେଇ କୁହାଯାଇଛି । ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ସେୟାର କରାଯାଇଛି ।