ଗିରଫ ହେଲା ୱାଣ୍ଟେଡ କ୍ରିମିନାଲ ସନ୍ତୋଷ ପଣ୍ଡା

(ଆଦର୍ଶ ରାଉତ)ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର ଉପକଣ୍ଠସ୍ଥ ଖଣ୍ଡଗିରି ଥାନା ଅଞ୍ଚଳରୁ ୩୦୦ ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଛି। ଆଜି ସକାଳେ ଭୁବନେଶ୍ବର ସ୍ପେଶାଲ୍ ସ୍କ୍ବାର୍ଡ ଓ ଖଣ୍ଡଗିରି ଥାନା ପୁଲିସର ମିଳିତ ଉଦ୍ୟମରେ ସ୍ଥାନୀୟ କଳିଙ୍ଗ ନଗର ବଗ ପାର୍କ ଅଞ୍ଚଳରେ ଚଢ଼ଉ କରାଯାଇ ଥିଲା। ଚଢ଼ଉ ସମୟରେ ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ସନ୍ତୋଷ କୁମାର ପଣ୍ଡାଙ୍କଠାରୁ ୩୦୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୩୦ଲକ୍ଷ ଟଙ୍କା । ଏହା ସହ ନଗଦ ୨,୧୪,୩୬୦ ଟଙ୍କା ,ଏକ ମୋଟର ସାଇକେଲ୍ ଓ ୫ଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ତା’ନାମରେ ବିଭିନ୍ନ ଥାନାରେ ୬ଟି ଡକାୟତି ଓ ରାହାଜାନୀ ମାମଲା ରହିଛି। ବଳଙ୍ଗା ଥାନାରେ ତା’ନାମରେ ୨ଟି ଗିରଫ ପରୱାନା ମଧ୍ୟ ରହିଛି।