ପୁରୀରୁ ବ୍ରାଉନସୁଗର ଜବତ ସହ ୩ ଜଣ ଗିରଫ

ପୁରୀ:  ପୁରୀ ବାସେଳୀ ସାହି ଥାନା ଅଞ୍ଚଳରୁ ବ୍ରାଉନସୁଗର ଜବତ। ଶ୍ରୀ ସେତୁ ନିକଟରେ ବ୍ରାଉନସୁଗର ବିକ୍ରି ଚାଲିଥିବା ବେଳେ ଚଢାଉ କରିଛି ପୋଲିସ ।ଏହି ସମୟରେ ୪୦୪ ଗ୍ରାମର ଧଳା ଜହର ଜବତ କରାଯିବା ସହ ୩ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, ଶ୍ରୀ ସେତୁ  ନିକଟରେ ବ୍ରାଉନସୁଗର ବିକ୍ରି ଚାଲିଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢାଉ ବେଳେ ୪୦୪ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହା ସହ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ମହିଳା ଏବଂ ଜଣେ ପୁରୁଷ ରହିଛନ୍ତି। ସେମାନଙ୍କ ନିକଟରୁ ୫ଟି ମୋବାଇଲ୍, ଗୋଟିଏ ବୁଲେଟ୍, ଗୋଟିଏ ଲାପଟପ୍, ଏବଂ ଗୋଟିଏ ଟାବଲେଟ୍ ଜବତ ହୋଇଛି। ଅଭିଯୁକ୍ତମାନେ ପୁରୀର ରାଜେଶ ପଣ୍ଡା, ଝରଣା ପଣ୍ଡା ଏବଂ ଦୁର୍ଗା ପଣ୍ଡା ବୋଲି ଜଣାପଡିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।