IPUରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ସାସଂଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର କ୍ରମାଗତ ଚତୁର୍ଥ ଥର ପାଇଁ ୧୪୬ତମ IPUରେ ମିଳିଛି ଗୁରୁ ଦାୟିତ୍ୱ । ଅର୍ଥାତ IPUରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ସାସଂଦ ସସ୍ମିତ ପାତ୍ର । ମାର୍ଚ୍ଚ ୧୧ ତାରିଖରୁ ୧୫ ତାରିଖ ମଧ୍ୟରେ ବାହାରିନରେ ଅନୁଷ୍ଠିତ ହେବାକୁ ଯାଉଛି IPU ଅଧିବେସନ । ବିଶ୍ୱର ୧୭୮ଟି ଦେଶର ସାଂସଦ ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେବେ ।

IPU ହେଉଛି ଏକ ବିଶ୍ୱ ସ୍ଥରୀୟ ପ୍ଲାଟଫର୍ମ ଯାହାକି ସମଗ୍ର ବିଶ୍ୱରୁ ୧୭୮ ପାର୍ଲାମେଣ୍ଟକୁ ନେଇ ପ୍ରସ୍ତୁତ | ଏହା ସଂଳାପର ସର୍ବୋଚ୍ଚ ବିଶ୍ୱସ୍ତରୀୟ ପ୍ଲାଟଫର୍ମ | ତେବେ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି ସାଂସଦ ସସ୍ମିତ ପାତ୍ର । ଗତବର୍ଷ ମଧ୍ୟ ମନୋନୀତ ହୋଇଥିଲେ ସାଂସଦ ସସ୍ମିତ ପାତ୍ର । ଭାରତ ପକ୍ଷରୁ ବିଦେଶ ଗସ୍ତ କରିଥିଲେ ।