ଅବକାରୀ ବିଭାଗର ମିଳିତ ଚଢ଼ାଉରେ ୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ରାୟଗଡ଼ା / ରବିନ୍ଦ୍ର କୁମାର ସାହୁ : ରାୟଗଡ଼ା ଜିଲ୍ଲା ବିଷମ କଟକ ଓ ମୁନିଗୁଡ଼ା ଅବକାରୀ ବିଭାଗ ର ମିଳିତ ଚଢ଼ାଉରେ ପ୍ରାୟ ତିନି ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ ।

ସୂଚାନା ଅନୁଯାୟୀ, ଆଗାମୀ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି  ଅବକାରୀ କମିଶନର ଶ୍ରୀ ନରସିଂହ ଭୋଲ, ରାୟଗଡ଼ା ଜିଲ୍ଲାପାଳ  ଶ୍ରୀ ମନୋଜ ସତ୍ୟବାନ୍ ମହାଜନ, ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳସାମନ୍ତ ଓ ଅବକାରୀ ନିରୀକ୍ଷକ ଶ୍ରୀମତୀ ପ୍ରୀତିଧାରା ନାୟକ ଙ୍କ ନିର୍ଦ୍ଦେଶ  କ୍ରମେ ବିଷମ କଟକ ଓ ମୁନିଗୁଡ଼ା ଅବକାରୀ ବିଭାଗ ମିଳିତ ଉଦ୍ୟମରେ  ମୁନିଗୁଡା ଅବକାରୀ ଥାନା ଅଧିକାରୀ  ଶ୍ରୀ ପଙ୍କଜ କୁମାର ନାଏକ ଏବଂ ଷ୍ଟାଫ୍ ଓ ବିଷମ କଟକ ଅବକାରୀ କର୍ମଚାରି ଙ୍କ ମିଳିତ ଚଢାଉ ଦ୍ଵାରା ବେଆଇନ ଚୋରା ଚାଲାଣ କରୁଥିବା ଗଞ୍ଜେଇ ବ୍ୟପାରି ବିରୁଦ୍ଧରେ ଗୋଟିଏ ଗଞ୍ଜେଇ କେସ ରୁଜୁ କରି ଆସାମୀ କୁ ମାନ୍ୟବର ଅଦାଲତ ADJ ଗୁଣୁପୁର ରେ କୋର୍ଟ ଚାଲାଣ କରାଯାଇଛି । ଏହି କେସ ରେ ମୋଟ୍ ୩୦(ତିରିଶି) କି. ଗ୍ରା. ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇ ର ହାରାହାରି ମୂଲ୍ୟ ୩,୦୦,୦୦୦/- ହେବ ବୋଲି ଅବକାରୀ ଉପ – ଅଧୀକ୍ଷକ ଶ୍ରୀ ବିଶ୍ୱଜିତ୍ ମାରାଣ୍ଡି ପ୍ରକାଶ କରିଛନ୍ତି। ଚୋରା ଚାଲାଣ କରୁଥିବା ବ୍ୟକ୍ତି ଜଣକ ରାୟଗଡ଼ା ଜିଲ୍ଲା ର ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗୁଣ୍ଡରିଗୁଡ଼ା ଗ୍ରାମର ଆୟାନ କୁମାର ଲିମା (୨୮)  ବୋଲି ଜଣାପଡିଛି । ସେ ମୁନିଗୁଡା ବସ୍ ଷ୍ଟାଣ୍ଡ ଠାରୁ ମୁନିଗୁଡା ରେଲୱେ ଷ୍ଟେସନ ଆଡ଼କୁ ଗଞ୍ଜେଇ ପୂର୍ଣ୍ଣ ଜରିବସ୍ତା କୁ କାନ୍ଧ ରେ ବୋହି ଚାଲି ଚାଲି ଯାଉଥିବା ସମୟରେ ଅବକାରୀ ପୁଲିସ୍ ତାକୁ ଗିରଫ କରିଛି।