ଭୋପାଳ: ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ଧୋକେଡା ଗ୍ରାମରେ ଏକ ଘର ସହ ଟ୍ରାକ୍ଟର ଧକ୍କା ହେବାରୁ କାନ୍ଥ ପଡି ୩ ଜଣ ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସମସ୍ତ ୪ ଜଣଙ୍କ ବୟସ ୯ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ଜଣେ ଅଧିକାରୀ କହିଛନ୍ତି।
ରବିବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ଧେ।।କେଡା ଗ୍ରାମ ଦେଇ ଯାଉଥିବା ବେଳେ ଏକ କଚ୍ଚା ଘରେ ଧକ୍କା ହୋଇଥିଲା । ଏହି ଧକ୍କା ଫଳରେ ଘରର କାନ୍ଥ ଭାଙ୍ଗି ଯାଇଥିଲା । ଫଳରେ ଘରେ ଥିବା ୪ ପିଲାଙ୍କ ଉପରେ କାନ୍ଥ ପଡିଥିଲା । ଜଣକର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଆହତଙ୍କୁ ଗଡୱାରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣେ ଆହତଙ୍କ ନରସିଂହପୁରର ଏକ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ଅଧିକାରିକ ସୂତ୍ରରୁ ସୂଚନା ମିଳିଛି ।
SR