କଟକ ସଦର ଅନ୍ତର୍ଗତ ବୋଧପୁର୍ ଗ୍ରାମର ପ୍ରସିଦ୍ଧ ଶ୍ରୀ ଶ୍ରୀ ଲୋକନାଥ ଶୈବ ପୀଠ ପରିସରରେ କିଶନନଗର ଆଞ୍ଚଳିକ ସାମ୍ବାଦିକ ସଙ୍ଘର ଦ୍ଵିତୀୟ ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ସାମ୍ବାଦିକ ବସନ୍ତ କୁମାର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି,ଜିଲ୍ଲା ପରିଷଦ ଉପ ସଭାପତି ସୁଭଦ୍ରା ଦାସ ମୁଖ୍ୟ ବକ୍ତା,ସଦର ବ୍ଲକ ଅଧ୍ୟକ୍ଷା ଭଗ୍ୟଲକ୍ଷ୍ମୀ ରାଉତ, ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଚୌଧୁରୀ ସତ୍ୟ ଦାସ,କିଶୋରନଗର ମୁକ୍ତେଶ୍ଵର ଶୈବପୀଠର ପିଠାଧିଶ ସ୍ୱାମୀ ଅଦ୍ଵିତାନନ୍ଦ, ସଦର ବ୍ଲକ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ଵାଳ, ପୂର୍ବତନ ବ୍ଲକ ଅଧକ୍ଷ ସାଧୁ ଚରଣ ଜେନା,ସରପଞ୍ଚ ପ୍ରଶାନ୍ତ ବେହେରା ଓ ଶିକ୍ଷାବିତ୍ ବିମଳ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ସମାଜ ଗଠନରେ ସାମ୍ବାଦିକଙ୍କ ଗୁରୁଦାଇତ୍ୱ ଉପରେ ଅତିଥିମାନେ ଆଲୋକପାତ କରିଥିଲେ।ସଂଘ ପକ୍ଷରୁ ଅତିଥିମାନଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କିଶନନଗର ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ତଥା ସ୍ତମ୍ଭକାର ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ମଞ୍ଚ ସଞ୍ଚାଳନ କରିଥିଲେ। ରଘୁନାଥ ଚୌଧୁରୀ,ସ୍ୱରୂପ ରଥ, ସାମ୍ବାଦିକ ସୂର୍ଯ୍ୟ ନାରାୟଣ ଦାଶ,ସଂଜିତ୍ ଦାସ,ସାମ୍ବାଦିକ ସୈୟଦ ସାଜିଦ ଅଲ୍ଲୀ,ଦେବେନ୍ଦ୍ର ସେଠୀ, ସରାଫତ ଅଲ୍ଲୀ, ଶାରଦା ପ୍ରସାଦ ସାମଲ, ରଶ୍ମୀ ରଞ୍ଜନ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।ପ୍ରାରମ୍ଭରେ ସୋମପୁର ହାପିକିଡ଼ ସ୍କୁଲ ର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।