ରାଜ୍ୟର ଅଛି 35 ଟି ଶୀତଳ ଭଣ୍ଡାର। ସେଥିରୁ 33 ଟି ବେସରକାରୀ, 2 ଟି ସରକାରୀ ଶୀତଳ ଭଣ୍ଡାର ଅଛି ଯାହାର କ୍ୟାପାସିଟି 1 ଲକ୍ଷ୍ 72 ହଜାର 180 ମେଟ୍ରିକ୍ ଟନ। 10 ବର୍ଷ ଭିତରେ 26 ଟି ଶୀତଳ ଭଣ୍ଡାର ନିର୍ମାଣ ହୋଇଛି। ସେଥିରୁ 22 କାର୍ଯ୍ୟକ୍ଷମ ଥିବା ବେଳେ 4 ଟି ଅକ୍ଷମ ଅଛି।ଯାହାର କ୍ୟାପାସିଟି ଅଛି 37ହଜାର ମେଟ୍ରିକ୍ ଟନ। ନୂଆ ଶୀତଳ ଭଣ୍ଡାର ପାଇଁ 252 କୋଟି ଦେଇଛନ୍ତି ସରକାର। 58 ସବଡିଭିଜନରେ ପ୍ରତିଷ୍ଠା କରାଯିବ ଶୀତଳ ଭଣ୍ଡାର। ଜାନୁୟାରୀ ମାସରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବଶ୍ୟକ ପଡିଲେ ବ୍ଲକ୍ ସ୍ତରରେ ପ୍ରତିଷ୍ଠା କରାଯିବ ଶୀତଳ ଭଣ୍ଡାର। ଗୃହରେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ସୂଚନା।