ଶୀତ ଅଧିବେଶନରେ ବିଧାନସଭାକୁ ଜଗିବେ ୨୪ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର:ଆସନ୍ତା କାଲିଠାରୁ ଆରମ୍ଭ ହେବ ବିଧାନସଭାର ଶୀତ କାଳିନ ଅଧିବେଶନ । ତେଣୁ ଆଜି ଚାଲିଛି ସର୍ବଦଳୀୟ ବୈଠକ । ସେପଟେ ଅଧିବେଶନ ପୂର୍ବରୁ ବିଧାନସଭା ପରିସରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି ।
ସୂଚନା ଅନୁଯାୟୀ , ଚଳିତ ବିଧାନସଭାର ଶୀତ ଅଧିବେଶନ ରେ ବିଧାନସଭାକୁ ଜଗିବେ ୨୪ ପ୍ଲାଟୁନ୍ ଫୋର୍ସ । ଡିସିପିଙ୍କ ନେତୃତ୍ୱରେ ୮ ଜଣ ଆଡିସିନାଲ୍ ଡିସିପି, ଦୁଇ କମ୍ପାନୀ ସିଆର୍ପିଏଫ୍, ଦୁଇ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ, ୪ ପ୍ଲାଟୁନ୍ ଏସଓଜି, ଡଗ୍ ସ୍କ୍ୱାର୍ଡ, ବୋମା ନିଷ୍ଟ୍ରିୟକାରୀ ସ୍କ୍ୱାର୍ଡ ନିୟୋଜିତ ହୋଇଛନ୍ତି । ଏହାସହ ସାଧା ପୋଷାକରେ ରାଜଧାନୀରେ ବିଭିନ୍ନ ସ୍ଥାନରେ ଗୁଇନ୍ଦା ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି । ଅଧିବେଶନ ସମୟରେ ଗାନ୍ଧୀ ମାର୍ଗକୁ ପୁରା ସିସିଟିଭ ସର୍ଭେଲାନ୍ସରେ ରଖାଯିବ । ବିଧାନସଭା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ୮ଟି ଅସ୍ଥାୟୀ କ୍ୟାମ୍ପ ମଧ୍ୟ ପ୍ରସ୍ତୁତ କରାଯାଇଛି ।