ମାଲକାନଗିରି : ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଏମଭି-୭୯ ପୋଲିସ ପକ୍ଷରୁ ଆଜି ସକାଳ ୬.୩୦ରେ ଶ୍ରୀଜଗନ୍ନାଥ ମନ୍ଦିର ଛକଠାରୁ ଏକ ବିଶାଳ ମିନି ମାରାଥନ ଆୟୋଜନ କରାଯାଇଥିଲା। ୧୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ଖୋଲା ଏହି ‘ଏକତା ଦୌଡ଼’ରେ ଏମଭି-୭୯ ଅଞ୍ଚଳର ଗ୍ରାମାଞ୍ଚଳରୁ ୨୦୦ରୁ ଅଧିକ ଯୁବକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଏମଭି 79 ଥାନା ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡିଙ୍କ ନେତୃତ୍ୱରେ ସବ୍-ଇନ୍ସପେକ୍ଟର ପୂର୍ଣ୍ଣିମା ତେତେ ଓ ଚନ୍ଦନ ବେହେରା ମୁଖ୍ୟ ଆୟୋଜକ ଭାବେ କାର୍ଯ୍ୟ କରିଥିବା ବେଳେ, ପଟେରୁ ଜଳସେଚନ ବିଭାଗର ଯନ୍ତ୍ରୀ ରୋହନ ସିଂ, ନାରାୟଣ ସରକାର, ପରିତୋଷ ସରକାର, ବସୁଦେବ ଦେବନାଥ, ବିଭୂତି ଭୂଷଣ ସେଠୀ, ପ୍ରଶାନ୍ତ ଟାପାଲି ଓ ଆଶୁତୋଷ ସାନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଉପସ୍ଥିତ ଅତିଥି ମାନେ କହିଛନ୍ତି ଯେ, ଏହି ମାରାଥନ କେବଳ ଖେଳ ନୁହେଁ, ସର୍ଦ୍ଦାର ପଟେଲଙ୍କ ଏକତା ଓ ଅଖଣ୍ଡତାର ବାର୍ତ୍ତାକୁ ଗ୍ରାମାଞ୍ଚଳରେ ପହଞ୍ଚାଇବାର ଏକ ଶକ୍ତିଶାଳୀ ମାଧ୍ୟମ।