ଭୁବନେଶ୍ୱର: ଭଲ ଚାକିରୀ ବା ଭଲ ଦରମା ପାଉଥିବା କର୍ମଚାରୀ ଫେରନ୍ତୁ ରାସନ କାର୍ଡ | ଦୁଇ ଦିନ ତଳେ 12 ହଜାର ହୋଇଥିଲା ଆଜି 20 ହଜାର ଫେରାଇଲେଣି କାର୍ଡ | କଣ୍ଟ୍ରାଚୁଆଲ ଚାକିରୀ କାରି 11 ରୁ 12 ହଜାର ଦରମା ପାଉଥିବା ସରକାରୀ ଚାକିରିଆ ଙ୍କ କଟିବ ନାହିଁ ରାସନ କାର୍ଡ | ସେମାନେ ରାସନ କାର୍ଡ ଫେରେଇବା ଆବଶ୍ୟକ ନାହିଁ |ସ୍ୱଳ୍ପ ବେତନ ଭୋଗୀ କମ ଦରମା ପାଉଥିଲେ କାର୍ଡ ଫେରେଇବା ଆବଶ୍ୟକ ନାହିଁ |NFS ନିୟମ ଅନୁସାରେ ଗ୍ରାମୀଣ ଅଞ୍ଚଳରେ ଯାହାର 10 ହଜାର ରୋଜଗାର ଥିବ ସେମାନେ ଫେରେଇବେ ନାହିଁ ରାସନ କାର୍ଡ | ଯାହାର 15 ହଜାର ଉପରେ ରୋଜଗାର ଥିବ ସେମାନେ ଫେରେଇବେ ରାସନ କାର୍ଡ | ସବୁ ଜିଲ୍ଲା ରୁ କାର୍ଡ ଫେରାଉଛନ୍ତି ଏବେ ବି ଫେରାଉଛନ୍ତି |ଯେଉଁମାନେ ଭଲ ଚାକିରୀ କରିଛନ୍ତି ସେମାନେ ଫେରେଇଦେବା ଉଚିତ |ବଡ଼ ବଡ଼ ଚାକିରିଆ କାର୍ଡ ନେଇଥିଲେ ଆମ କଥା ମାନିକି ଫେରେଇଦେଲାଣି |ଯେଉଁମାନେ ଫେରେଇବେ ନାହିଁ ପଛରେ ଧରା ପଡିବେ ଆକ୍ସନ ନେବୁ | 15 ଫେବୃଆରୀ ପର୍ଯ୍ୟନ୍ତ ekyc ହେବ | ଏହାପରେ ନୂତନ କାର୍ଡ ଦେବୁ |