ବ୍ରାଉନସୁଗାର କାରବାର କରୁଥିବା ୨ ଯୁବତୀ ଗିରଫ

ଭୁବନେଶ୍ୱର: ବ୍ରାଉନସୁଗାର କାରବାର କରୁଥିବା ୨ ଯୁବତୀ ଗିରଫ । କମିଣଶନରେଟ ପୋଲଇସର ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ ପଡିଛନ୍ତି ଏହି ୨ ବୋପାରୀ । ସେମାନଙ୍କ ନିକଟରୁ ପ୍ରାୟ ୫ଶହ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିବା ସହ ୨ ମହିଳା ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ବ୍ୟବସାୟୀଙ୍କୁ ଜେରା କରୁଛି ପୋଲିସ । ତେବେ ପୁରା କାରବାରରେ ଆଉ କେଉଁ କେଉଁ ମାନେ ସାମିଲ ଅଛନ୍ତି ସେ ନେଇ ଛାନଭିନ ଜାରି ରଖିଛି ପୋଲିସ । ସୂଚନା ଅନୁଯାୟୀ, ଉଭୟ ୨ ଯୁବତୀ ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳରେ ଏକ ଭଡା ଘର ନେଇ ରହିଥିଲେ । ତାଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧାରେ ଲଜିଷ୍ଟିକ କମ୍ପାନୀରେ କ୍ଲର୍କ ଥିବା କୁହାଯାଉଛି । ତେବେ ରହୁଥିବା ଭଡା ଘରେ ଉଭୟ ଯୁବତୀ ଦୀର୍ଘଦିନ ଧରି ବ୍ରାୟନସୁଗାର କାରବାର କରିଆସୁଥିବା କୁହାଯାଉଛି । ଯାହାକୁ ଧରିବାରେ ସଫଳ ହୋଇଛି ସ୍ପେଶାଲ କ୍ରାଇମ ୟୁନିଟି । ତେବେ ଗିରଫ ଦୁଇ ଯୁବତୀ ପ୍ରାୟତଃ କର୍ପୋରେଟ ଅଫିସରେ ବ୍ରାଉନ ସୁଗାର କାରବାର କରୁଥିବା କୁହାଯାଉଛି ।