(ହିଞ୍ଜିଳି /ରଜନୀକାନ୍ତ ପାତ୍ର )– ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜୀବନ । ଗଞ୍ଜାମ ଜିଲ୍ଲା ଗାଲେରି ପଞ୍ଚାୟତ ବଦାଙ୍ଗି ଅଞ୍ଚଳର ନୂଆପର୍ଲି ଠାରେ ହାତୀମାନଙ୍କ ଆକ୍ରମଣରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ଦୁଇ ଜଣ ହେଲେ ଶୁକୃ ନାୟକ(୫୨) ଓ ଗାଲେରି ନିବାସୀ ବାବୁଲା ଗୈାଡଙ୍କ ସାନପୁଅ ଗଣେଷ ଗୈାଡ (୧୨) ଗୁରୁତର ଆହତ ହୋଇ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ହୋଇ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ ହେଉଥିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ଅନୁଯାୟୀ ,ଜଙ୍ଗଲ ବିଭାଗ ତରଫରୁ ହାତୀମାନଙ୍କ ଉପରେ ନଜର ରଖାଯାଇଛି ।