କେରଳରେ ସମ୍ପୂର୍ଣ୍ଣ ଲକଡାଉନ ଉଠାଇବା ଏକ ବିବାଦୀୟ ପ୍ରସଙ୍ଗ: ଆଇଏମଏ

ନୂଆଦିଲ୍ଲୀ: ବକ୍ରି ଇଦ ପୂର୍ବରୁ କେରଳ ସରକାର ଯେଉଁଭଳି ଭାବେ କୋଭିଡ-୧୯ ମଧ୍ୟରେ ଲକଡାଉନରେ କୋହଳ କରିଛି ଏହା ଅତ୍ୟନ୍ତ ବିବାଦୀୟ ବିଷୟ ବୋଲି ଆଇଏମଏ ପକ୍ଷରୁ ମଙ୍ଗଳବାର କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କୁ ଆକ୍ରମଣ କରି କୁହ।।ଯାଇଛି । କେରଳରେ ଜୁନ ୧୬ ତାରିଖରୁ ରାଜ୍ୟ ବ୍ୟାପୀ ଲକଡାଉନକୁ ସମ୍ପୂର୍ଣ୍ଣଭାବେ ଉଠାଇ ଦିଆଯାଇଛି । ଏହି କୋହଳ ବକ୍ରିଇଦ ପାଇଁ ୩ ଦିନ ପାଇଁ କରାଯାଇଛି । ଇଦ ପାଇଁ ସମସ୍ତ ପୋଷାକ ଦୋକାନ, ଜୋତା, ଗହଣା ଆଦି ଦୋକାନକୁ ରବିବାରଠାରୁ ତିନି ଦିନ ପାଇଁ ଖୋଲିବାକୁ ଅନୁମତି ଦିଆଯାଇଛି ।
ଦୁଇ ଦିନିଆ ଲକଡାଉନ ବ୍ୟତୀତ ସପ୍ତାହର ୫ ଦିନ ଧରି ଗହଳି ମ।।ତ୍ରାଧିକ ହେଉଥିବା ଦେଖିବାକୁ ମିଳିଛି । ଫଳରେ କେରଳରେ ସମ୍ଭାବ୍ୟ ସଂକ୍ରମଣ ରେଟ ୧୦ ପ୍ରତିଶତ ଉପରକୁ ରହିଛି ଓ ୧୦ରୁ ୧୫ ହଜାର ମଧ୍ୟରେ ଦୈନିକ ସଂକ୍ରମଣ ରିପୋର୍ଟ କରାଯାଉଛି ଓ ଜାତୀୟ ମୃତ୍ୟୁ ହାର ଠାରୁ ରାଜ୍ୟର ମୃତ୍ୟୁହାର ରହିଥିବା ଦେଖିବାକୁ ମଳିଛି ।
ଏପରି ସ୍ଥିତିକୁ ନେଇ ଆଇଏମଏ ଅଧ୍ୟକ୍ଷ ଡ ଜେ ଏ ଜୟଲାଲ ଏହି ବିବାଦୀୟ ପଲିସି ଉପରେ ପୁନଃ ଚିନ୍ତନ ପାଇଁ ଅନୁରୋଧ ଦେଇଛନ୍ତି । ଜୟଲାଲ ଏଏନଆଇକୁ କହିଛନ୍ତି, ଯେଉଁ ଭାବେ ଲକଡାଉନକୁ ଗ୍ରହଣ କରାଯାଇଛି, ଏହା ବିବାଦ ସୃଷ୍ଟି କରୁଛି । ରାଜ୍ୟରେ ବର୍ତ୍ତମାନ ୧୫ ହଜାରରୁ ୧୬ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି ଓ ସଂକ୍ରମିତଙ୍କ ଦ୍ୱାରା ସେମାନଙ୍କ ଅର୍ଥିକ ସ୍ଥିତି ଉଜୁଡି ଯାଉଛି । ସଂକ୍ରମିତଙ୍କ ପରିବାର ବର୍ଗ ୩ ସପ୍ତାହ ପର୍ଯ୍ୟନ୍ତ ବାହାରକୁ ବାହାରି ପାରୁ ନାହାନ୍ତି । କାମ କରି ପାରୁନାହାନ୍ତି । ସମ୍ପୂର୍ଣ୍ଣ ଆସୋଲେସନରେ ରହୁଛନ୍ତି ।
ତେଣୁ ଯଦି ତୁମ ପଲିସି ସଂକ୍ରମଣକୁ ତଳକୁ ଆଣିପାରୁଛି ତେବେ ଠିକ ଅଛି । ଯଦି ଆଣି ନ ପରୁଛି ତେବେ ଓଲଟା ହେଉଛି ଏହାକୁ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନିଆଯିବା ଆବଶ୍ୟକ । ଆମେ କହୁନାହୁଁ ସମ୍ପୂର୍ଣ୍ଣ ଲକଡାଉନ ଜାରି କରାଯାଉ । କିନ୍ତୁ ସପ୍ତାହର ୨ ଦିନ ଲକଡାଉନ ପରେ ବାକି ଦିନ ମୁକ୍ତ କରିବା ଦ୍ୱାରା ଭିଡ ବଢିବ । ତେଣୁ ଲୋକଙ୍କୁ ମାସ୍କ ପରିଧାନ କରିବାକୁ ସଚେତନ କରାଯାଉ ବୋଲି ଜୟଲାଲ କହିଛନ୍ତି ।