ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବାପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ

ପୁରୀ/ ସଞ୍ଜୟ ମହାପାତ୍ର : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଶେଷ । ୧୮0 ପ୍ଲାଟୁନ ଫୋର୍ସ ଓ ରାଜ୍ୟର ବଛାବଛା ପୋଲିସ ଅଧିକାରୀଙ୍କୁ ନେଇ ଶୃଙ୍ଖଳିତ ରଥଯାତ୍ରା କରିବା ପାଇଁ ନିଷ୍ପତ୍ତି ନିଆଯିବା ସହ ସମସ୍ତ ପ୍ରସ୍ତୁତି ସରିଛି। ଡ୍ରୋନ ସାହାଯ୍ୟରେ ଟ୍ରାଫିକ ବ୍ୟବସ୍ଥା କୁ ନିୟନ୍ତ୍ରଣ କରାଯିବ । ଟ୍ରାଫିକ ବ୍ୟବସ୍ତା ଜାଣିବା ପାଇଁ  whatsaap ଚାର୍ଟ ବୋର୍ଡ଼ କରାଯାଇଛି l ରାଷ୍ଟ୍ରପତି ଗସ୍ତକୁ ନେଇ ସ୍ୱତ୍ରନ୍ତ ଟିମ ଗଠନ କରାଯାଇଛି l ୭ ତାରିକରେ ରାଷ୍ଟ୍ରପତି ଙ୍କ ପୁରୀ ଗସ୍ତ ରହିଛି । ରଥଯାତ୍ରା ପରିଚାଳନା ଚ୍ୟାଲେଞ୍ଜି ରହିଥିଲେ ହେଁ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାପ୍ରଭୁଙ୍କ କୃପାରେ ସମସ୍ତ କାର୍ଯ୍ୟ ସରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି । ଦକ୍ଷ, ଅଭିଜ୍ଞ ଓ ସମସ୍ତ କାର୍ଯ୍ୟର ସୁପରିଚାଳନା କରିପାରୁଥିବା ଅଧିକାରୀଙ୍କ ହାତରେ ଦାୟୀତ୍ୱ ନ୍ୟସ୍ତ ରହିଛି ବୋଲି ସେ କହିଛନ୍ତି। ଆଜିର ବୈଠକରେ କେନ୍ଦ୍ରାଞ୍ଚଳ ଆଈ ଜି , ପୁରୀ ଏସପି , ରାଜ୍ୟ ପୋଲିସ ହେଡ କ୍ବାର୍ଟରର ଅଧିକାରୀ, ଏଡିଜି ଲ ଆଣ୍ଡ ଅର୍ଡର,ଏଡିଜି ହେଡକ୍ବାର୍ଟର, ରାଜ୍ୟ ଗୁଇନ୍ଦା ନିର୍ଦେଶକ ଉପସ୍ଥିତ ରହିଥିବା ବେଳେ ସେମାନଙ୍କ ସହ ଲମ୍ବା ଆଲୋଚନା କରିଛନ୍ତି ଡିଜି। ଟ୍ରାଫିକ, ଭକ୍ତଙ୍କ ସୁରକ୍ଷା, ଫୁଡିଂ, ଲଜିଂ, ଡ୍ୟୁଟି ର ଆବଣ୍ଟନ , ରଥଯାତ୍ରା ପୂର୍ବରୁ ରିହାରସାଲ ଆଦି ଉପରେ ବିସ୍ତୃତ ଆଲୋଚନା ହୋଇଛି। ।