ନରସିଂହପୁର – ଦୀର୍ଘ ଦିନ ଧରି କରୋନା ପ୍ରକୋପରେ ସାରା ରାଜ୍ୟ ହନ୍ତସନ୍ତ ହେଉଛନ୍ତି । କିନ୍ତୁ କିଛି ଦିନ ଦିନ ହେବ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଥିଲାବେଳେ ପୁଣି ଚିନ୍ତା ବଢାଇଛି ମହାମାରୀ । କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା କଟକ ଜିଲ୍ଲା ନରସିଂହପୁର ବ୍ଲକ କାକୁଡିଆ ଗାଁରେ ଆଉ ୧୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତକାଲି ୩୬୩ ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି ।
ତେବେ ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କ ଭିତରେ କରୋନାର କୌଣସି ଲକ୍ଷଣ ନଥିବା କହିଛନ୍ତି ନରସିଂହପୁର ବିଡିଓ। କରୋନା ମହାମାରୀ ସମ୍ପର୍କରେ ସଚେତନତା କରାଇବା ପାଇଁ ପୁଲିସ୍ ସହ ପ୍ରଶାସନିକ ଟିମ୍ ଏକାଠି ହୋଇଛନ୍ତି। ସେଠାରେ ମଧ୍ୟ ମେଡିକାଲ୍ ଟିମ୍ ୨୪ ଘଣ୍ଟା ଉପସ୍ଥିତ ରହୁଥିବା ବିଡିଓ କହିଛନ୍ତି।
ପୁଲିସ୍ ଓ ସ୍ଥାନୀୟ ପ୍ରଶାସନ ଏବେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବା ସହ ଯେଉଁମାନଙ୍କ ଭିତରେ କରୋନା ଲକ୍ଷଣ ଅଛି, ସେମାନଙ୍କୁ ପରୀକ୍ଷା କରାଇ ନେବାକୁ କୁହାଯାଉଛି। ସୂଚନାଯୋଗ୍ୟ, କାକୁଡ଼ିଆ ଗାଁରେ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୨୭ ତାରିଖରେ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଯାହା ଆଜି ୬ଟା ପର୍ୟ୍ୟନ୍ତ ରହିବ।