ବିଦ୍ୟୁତ ସଟ ସର୍କିଟରେ ରଙ୍ଗମିସ୍ତ୍ରୀ ଗୁରୁତର

(କଣିହାଁ / ଜ୍ୟୋତିରଞ୍ଜନ ଧର) ; ଜରଡା ପଞ୍ଚାୟତ ଗୁଇଲାଣ୍ଡ ଗ୍ରାମରେ ନବନିର୍ମିତ ଓଭରହେଡ ପାଣି ଟାଙ୍କିରେ କାର୍ୟ୍ୟରତ ରଙ୍ଗମିସ୍ତ୍ରୀ ବିଦ୍ୟୁତ ସଟ ସର୍କିଟରେ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ରଙ୍ଗମିସ୍ତ୍ରୀ ଜଣକ ହେଲେ ବ୍ଲକସ୍ଥ କମରେଇ ପାଞ୍ଚୟତ ଦଣ୍ଡସିଂହା ଗ୍ରାମର ଭଗବାନ ମହାନ୍ତି(୪୦) । ଭଗବାନଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଜାରିରହିଥିବା ପରିବାର ସୂତ୍ରରୁ ପ୍ରକାଶ ପାଇଛି ।ଘଟଣାରୁ ପ୍ରକାଶ ଯେ, ଆରଡବ୍ଲ୍ୟୁଏସ୍ଏସ୍ ବିଭାଗ ପକ୍ଷରୁ ଗୁଇଲାଣ୍ଡ ଗ୍ରାମରେ ନବନିର୍ମିତ ଓଭର ହେଡ ପାଣି ଟାଙ୍କି ନିର୍ମାଣ ଚାଲିଛି । ଆଜି ପ୍ରାୟ ସାଢେ ୧୧ଟା ବେଳେ ଉକ୍ତ ଓଭର ହେଡ଼ ପାଣି ଟାଙ୍କିରେ ଭଗବାନ ରଙ୍ଗ କାମ କରୁଥିବା ବେଳେ ବିଦ୍ୟୁତ ସଟସାର୍କଟ ସଂଯୋଗରେ ଆସିଥିଲେ । ଏନେଇ ଆରଡବ୍ଲ୍ୟୁଏସ୍ଏସ୍ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମତାମତ ମିଳିପାରିନାହିଁ । ଅନ୍ୟପକ୍ଷରେ ରଙ୍ଗମିସ୍ତ୍ରୀଙ୍କ ଚିକିତ୍ସା ଓ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବୀ ହୋଇଛି ।