ଆଖି ବୁଜିଲେ ୧୭ ଜଣ

ଭୁବନେଶ୍ୱର/ସଂଜୁ– ରାଜ୍ୟରେ ଆଜି ୧୭ ଜଣ କରୋନା ଆକ୍ରାନ୍ତରେ ମୃତ୍ୟୁବରଣ  କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୭୦୪ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ ଓପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ସୁନ୍ଦରଗଡରୁ ସର୍ବାଧିକ ୫ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ପୁରୀରେ ୪ ଜଣ , ଭୁବନେଶ୍ୱରରୁ ୩ ଜଣ ଓ ଅ ନୁଗୁଳରୁ ୨ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି । ।ଏଥିସହିତ ଢେଙ୍କାନାଳ, କଳାହାଣ୍ଡି ଓ ମୟୁରଭଞ୍ଜରୁ ଜଣେ ଲେଖାଏ ରୋଗୀଙ୍କର ମୃତ୍ୟୁ ଘଟିଛି ।