ନଇଟ କର୍ଫ୍ୟୁ, ଲକଡାଉନ ଓ ସଟଡାଉନ କଥା ଚିନ୍ତା କରୁନୁ: ବିଏମସି କମିଶନର

(ରିପୋଟର୍ସ ଟୁଡେ/ ଭୁବନେଶ୍ୱର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୮୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ୧୪୪ ସଂକ୍ରମିତ ଥିବା ଜଣାଯାଇଛି । ଏନେଇ ବିଏସି କମିଶନର ପ୍ରେମଚାନ୍ଦ ଚୌଧୁରୀ କହିଛନ୍ତି, କରୋନାର ମୁକାବିଲା ପାଇଁ ଆମେ ସଜାଗ ଅଛୁ । ଏନଫୋର୍ସମେଣ୍ଟକୁ କମିସନରେଟ ପୁଲିସ ସହ ମିଶି ଆହୁରି ଅଧିକ ତ୍ୱରାନ୍ୱିତ କରାଯାଇଛି । ନବମ ଏକାଦଶ ଶ୍ରେଣୀ ବାତିଲ ନେଇ ସରକାରଙ୍କ ନିର୍ଦେଶନାମା ପରେ ଆବାସିକ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି । ଅଧିକାଂଶ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଶେଷ ହୋଇଛି। ଏଣୁ ତୁରନ୍ତ ଏହାକୁ କାର୍ୟ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି। ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଏହି ନିର୍ଦେଶ ଅନୁଯାୟୀ ନିୟମ ଅନୁପାଳନ କରିବାକୁ କୁହାଯାଇଛି। ଵୃଦ୍ଧି ପାଉଥିବା ସଂକ୍ରମଣ ଉପରେ ରୋକ୍ ଲଗାଇବା ପାଇଁ ସରକାରୀ କାର୍ୟ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।
ସେପଟେ ଭୁବନେଶ୍ୱରରେ ବର୍ତ୍ତମାନ ଥିବା ଏକମାତ୍ର କୋଭିଡ ହସ୍ପିଟାଲ ସମ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୧୫୦ ରୁ ୨୫୦କୁ ବୃଦ୍ଧି କରାଯାଇଛି। ପୂର୍ବରୁ ଯେଉଁ ହସ୍ପିଟାଲଗୁଡ଼ିକ ସହ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ସେମାନଙ୍କୁ ଆବଶ୍ୟକସ୍ଥଳେ ପୁଣିଥରେ ନିୟୋଜିତ କରାଯିବ। ବର୍ତ୍ତମାନ ଆମେ ନାଇଟ କର୍ଫ୍ୟୁ, ଲକଡାଉନ ଓ ସଟଡାଉନ କଥା ଚିନ୍ତା କରୁନୁ, ଏନଫୋର୍ସମେଣ୍ଟ, ମାଇକ୍ରୋ କଣ୍ଟେନମେଣ୍ଟ ଓ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦେଉଛୁ।