ପାଣି ପିଇ ରେଭେନ୍ସା ଇଷ୍ଟ ହଷ୍ଟେଲର ୧୬ଛାତ୍ର ଅସୁସ୍ଥ

ରେଭେନ୍ସା ହଷ୍ଟେଲରେ ଝାଡାବାନ୍ତି । ପାଣି ପିଇ ରେଭେନ୍ସା ଇଷ୍ଟ ହଷ୍ଟେଲର ୧୬ଛାତ୍ର ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ କଟକସ୍ଥିତ ଏସସିବି ହସ୍ପିଟାଲରେ ଭର୍ତ୍ତି କରାଯାଇଚି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ତେବେ ଇଷ୍ଟ ହଷ୍ଟେଲରେ ୧୮୦ଜଣ ଛାତ୍ର ରହୁଥିବା ବେଳେ ୧୬ଜଣ ଏଭଳି ପାଣି ପିଇ ଅସୁସ୍ଥ ହେବା ଘଟଣା ଚର୍ଚ୍ଚାରେ ରହିଛି। ତେବେ ଚିକିତ୍ସା ପରେ ୧୬ଜଣ ଛାତ୍ରଙ୍କ ଅବସ୍ଥା ଏବେ ସ୍ଥିର ଥିବା କୁହାଯାଉଛି।
ଅନ୍ୟପଟେ, ଯାହା ସୂଚନା ରହିଛି କି ଗତକାଲି ରାତିରେ ଛାତ୍ରମାନେ ବାସି ଅଣ୍ଡା ତଡକା, ଭଜା, ରୁଟି ଓ ଭାତ ଖାଇଥିଲେ। ଏହି ଖାଦ୍ୟ ନା ପାଣି କେଉଁଠି ରହିଛି ଝାଡାବାନ୍ତି ବ୍ୟାପିବାର କାରଣ ତାହା ତଦନ୍ତରୁ ଜଣାପଡିବ । ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, ହଷ୍ଟେଲର ପାଣି ପିଇ ଛାତ୍ର ଅସୁସ୍ଥ ହୋଇଛନ୍ତି। ଏଥିପାଇଁ ପାଣିକୁ ପରୀକ୍ଷା ପାଇଁ ପଠାଯାଇଛି। ତେବେ ଏହା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ରେଭେନ୍ସାର ଅନ୍ୟ ଏକ ହଷ୍ଟେଲର ଛାତ୍ରମାନେ ଅସୁସ୍ଥ ହୋଇପଡ଼ିଥିଲେ। ଲହଷ୍ଟେଲ ରହୁଥିବା ଛାତ୍ରଙ୍କ କହିବା ମୁତାବକ, ହଷ୍ଟେଲ ବହୁତ ଅବ୍ୟବସ୍ତା ଭିତରେ ଚାଲୁଛି। ଦୁଇଟି Aquaguard ରହିଛି। ହେଲେ ସେଥିରୁ ଗୋଟେ ଆକୁଆଗାର୍ଡ ଖରାପ ହୋଇଯାଇଛି। ଏବେ ମାତ୍ର ଗୋଟାଏ Aquaguard ଚାଲିଥିବା ବେଳେ ତା’ର ମଧ୍ୟ ଠିକ ଭାବେ ସର୍ଭିସିଂ ହେଉନାହିଁ। ବାରମ୍ବାର ଭିସି, ହଷ୍ଟେଲ ୱାର୍ଡେନ, ରେଜିଷ୍ଟ୍ରାରଙ୍କୁ କହିବା ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ।