ଭାରତ ଦର୍ଶନ କାର୍ଯ୍ୟକ୍ରମ ରେ ଓଡ଼ିଶା ଗସ୍ତରେ ବିଭିନ୍ନ ରାଜ୍ୟରୁ ଆସିଥିବା ୧୬ ଜଣ IAS ଶିକ୍ଷାନବିସ ରାଜ୍ୟ ସରକାର ଙ୍କ ଜାଗା ମିଶନକୁ ପ୍ରଶଂସା
ଭୁବନେଶ୍ୱର:ଭାରତ ଦର୍ଶନ କାର୍ଯ୍ୟକ୍ରମ ରେ ଓଡ଼ିଶା ଗସ୍ତରେ ବିଭିନ୍ନ ରାଜ୍ୟରୁ ଆସିଥିବା ୧୬ ଜଣ IAS ଶିକ୍ଷା ନିବେଶ ରାଜ୍ୟ ସରକାର ଙ୍କ ଜାଗା ମିଶନକୁ ପ୍ରଶଂସା କରିଛନ୍ତି । ଏହି ପ୍ରତିନିଧି ଦଳ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାଥନନ ଓ ବରିଷ୍ଠ ଅଧିକାରୀ ଙ୍କ ସହ ଆଲୋଚନା କରିବା ଅବସରରେ ରାଜ୍ୟ ସରକାର ଙ୍କ ୫ଟି ଉପକ୍ରମରେ ଲୋକଙ୍କ ଜୀବନଧାରଣ ମାନରେ କିପରି ପରିବର୍ତ୍ତନ ଆଣିଛି ଜାଣିବାକୁ ପାଇଛନ୍ତି ।ଏଥିସହ ତପୋବନ ବସ୍ତି ପରିଦର୍ଶନ ରେ ଯାଇ ଜାଗା ମିଶନ ହିତାଧିକାରୀ ଙ୍କ ସହ ଆଲୋଚନା କରିଥିଲେ ।