ଆଫଗାନ ବାୟୁସେନାର ୨ ହେଲିକପ୍ଟର ଧକ୍କା: ୧୫ ମୃତ

କାବୁଲ: ମଙ୍ଗଳବାର ଦିନ ଆଫଗାନିସ୍ତାନରେ ବାୟୁସେନାର ୨ଟି ହେଲିକପ୍ଟର ମଧ୍ୟରେ ଧକ୍କା ହେବାରୁ ୧୫ଜଣଙ୍କ ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ହେଲିକପ୍ଟର ଯୋଗେ କମାଣ୍ଡୋମାନଙ୍କୁ ଗୋଟିଏ ସ୍ଥାନରେ ଛାଡି , ସେଠାରୁ କିଛି ଆହତ ସୈନମାନଙ୍କୁ ନେଇଯାଉଥିଲେ । କିନ୍ତୁ ଆଫଗାନିସ୍ତାନର ଦକ୍ଷିଣ ହେଲମନ୍ଦର ନବା ଜିଲ୍ଲାରେ ଉଭୟ ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଦୁର୍ଘଟଣାରେ ୮ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହା ପରେ ଅନ୍ୟ ୭ ଜଣଙ୍କ ମେଡିକାଲରେ ମୃତ୍ୟୁ ହୋଇଯାଇଛି ।
ଏହି ଦୁର୍ଘଟଣାରେ ଆନକ ସୈନିକ ଆହତ ହୋଇଛନ୍ତି । କିନ୍ତୁ କେତେ ଜଣ ଆହତ ହୋଇଛନ୍ତି, ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ବର୍ତ୍ତମାନ ପର୍ୟ୍ୟନ୍ତ ଆଫଗାନିସ୍ତାନ ପ୍ରତିରକ୍ଷା ବିଭାଗ ତରଫରୁ ଦୁର୍ଘଟଣା ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।