କୋଚି: ସୁନା ଚୋରା ଚାଲାଣ ମାମଲାରେ ଆଜି କେରଳର କୋଚିସ୍ଥିତ ଏକ ଏନଆଇଏର ସ୍ୱତନ୍ତ୍ର କୋର୍ଟ ସ୍ୱପ୍ନା ସୁରେଶର ଜାମିନ ଆବେଦକୁ ଖାରଜ କରିଦେଇଛନ୍ତି । ଆଜି ସ୍ୱାପ୍ନା ସୁରେଶର ଜାମିନ ଆବେଦନ ଉପରେ ଶୁଣାଣି ସମୟରେ ଏନଆଇଏ କୋର୍ଟ କହିଛନ୍ତି, ସ୍ୱପ୍ନାଙ୍କ ବିରୋଧରେ କେରଳରେ ସୁନା ଚୋରା ଚାଲାଣର ପ୍ରାଥମିକ ତଦନ୍ତରୁ ପ୍ରମାଣ ରହିଥିବା କାରଣରୁ ତାଙ୍କ ଜାମିନ ଆବେଦନ ଖାରଜ କରାଯାଉଛି । ଏଥିସହ ସ୍ଥିର ଜାତୀୟ ଅର୍ଥନୀତି ଉପରେ ଏହା କୁପ୍ରଭାବ ପକାଇବ ବୋଲି ଏନଆଇଏର ଯୁକ୍ତିକୁ କୋର୍ଟ ଗ୍ରହଣ କରିଛନ୍ତି ।
ପ୍ରାଥମିକ ତଦନ୍ତ ସ୍ପଷ୍ଟ କରିଛି କି, ଏହା ଅନଲଫୁଲ ଆକ୍ଟିଭିଟିଜ (ପ୍ରିଭେନ୍ସନ ) ଆକ୍ଟ ଅନ୍ତର୍ଗତ ଏକ ଅପରାଧ । ଏହା ବ୍ୟତୀତ ସ୍ୱପ୍ନା ସୁନା ଚାଲାଣରେ ସମ୍ପୃକ୍ତ ଥିବା କୋର୍ଟଙ୍କ ଦୃଷ୍ଟିକୁ ଆସିଛି । ଏହ ବ୍ୟତୀତ ସେ ମାଲ ପରିବହନ କ୍ଷେତ୍ରରେ ମଧ୍ୟ ହସ୍ତକ୍ଷେପ କରୁଥିଲେ । ଆତଙ୍କବାଦୀ କାର୍ଯ୍ୟକଳାପରେ ମଧ୍ୟ ସୁନା ଚାଲାଣ ଅନ୍ତର୍ଭୁକ୍ତ ଥିବା ଦୃଷ୍ଟିଗୋଚର ହୋଇଛି । କୋର୍ଟ ଆହୁରି ଦୃଷ୍ଟା ଦେଇଛନ୍ତି କି, କେଶ ଡାଇରୀରେ କୂଟନୀତିକ ସ୍ତରରେ ଅନେକ ଥର ସେ ସୁନା ଚାଲାଣ କରିଛନ୍ତି ଓ ଅଭିଯୁକ୍ତଙ୍କୁ ଜଣାଥିଲା କି ଏହା ଦେଶର ଆର୍ଥିକ ସୁରକ୍ଷ।। ପ୍ରତି ଏକ ବିପଦ । ତେଣୁ ଏନଆଇଏ ସୁରେଶଙ୍କ ବିରୋଧରେ ଲଗାଇଥିବା ୟୁଏପିଏର ୪୩ଡି(୫) ଧାରା ବଳବତ୍ତର ରହିବ ।
ତିରୁଭନ୍ତପୁରମରେ କଷ୍ଟମ ଡିପାର୍ଟମେଣ୍ଟ ଦ୍ୱାରା ସୁରେଶଙ୍କଠାରୁ ପ୍ରାୟ ୧୪,୮୨ କୋଟି ଟଙ୍କାର ୩୦ କେଜି ସୁନା ଚାଲାଣ ହେଉଥିବା ବେଳେ ସାମ୍ନାକୁ ଆସିଥିଲା । ଏହି ଚାଲାଣ କୂଟନୀତିକସ୍ତରରେ ହେଉଥିଲା ।