ସୁଦର୍ଶନଙ୍କ ରେକର୍ଡ : ପୁରୀ ବେଳାଭୂମିରେ ୧୨୫ ବାଲି ରଥ
ସିଂହଦ୍ୱାର ଆଗରେ ଶ୍ରୀବିଗ୍ରହଙ୍କ ଅପେକ୍ଷାରେ ରହିଛନ୍ତି ତିନି ରଥ, ପଥ ଓ ଭକ୍ତ।
(ପୁରୀ) : ଆଜି ପବିତ୍ର ଘୋଷଯାତ୍ରା । ସିଂହଦ୍ୱାର ଆଗରେ ଶ୍ରୀବିଗ୍ରହଙ୍କ ଅପେକ୍ଷାରେ ରହିଛନ୍ତି ତିନି ରଥ, ପଥ ଓ ଭକ୍ତ। ୨ ବର୍ଷ ପରେ ବଡ଼ଦାଣ୍ଡରେ ପୁଣି ହେବ ଭଗବାନ ଓ ଭକ୍ତଙ୍କ ମିଳନ। ଏଥର କରୋନା କଟକଣା ହଟିଥିବାରୁ ପୁରୀ ମୁହାଁ ହୋଇଛନ୍ତି ଅସଂଖ୍ୟା ଭକ୍ତ । ଭୋର ୩ଟାରେ ମଙ୍ଗଳ ଆଳତି ଓ ସାଢେ ୩ଟାରେ ମଇଲମ ନୀତି ଶେଷ ହୋଇଛି।
ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଉ ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି । ପୁରୀ ବେଳାଭୂମିରେ ୧୨୫ଟି ବାଲୁକା ରଥ ନିର୍ମାଣ କରିଛନ୍ତି । ପ୍ରଭୁଙ୍କ ପରମ ଭକ୍ତ ବଳରାମଙ୍କ ସ୍ମୃତିରେ ଏହି ବାଲୁକା କଳା ଯୋଡି ରହିଛି ବୋଲି ସୁଦର୍ଶନ କହିଛନ୍ତି । ଏହା ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଠି କରିବ ବୋଲି ସେ ଦାବି କରିଛନ୍ତି । ପୂର୍ବରୁ ସୁଦର୍ଶନ ଲିମ୍କା ବିଶ୍ୱ ରେକର୍ଡ କରି ସାରିଛନ୍ତି । ପ୍ରତି ରଥଯାତ୍ରାରେ ସେ ନୂତନ ଥିମ୍କୁ ନେଇ ବାଲୁକାକଳା କରୁଥିବାର ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ , ଭୋର ୩ଟାରେ ମଙ୍ଗଳ ଆଳତି ଓ ସାଢେ ୩ଟାରେ ମଇଲମ ନୀତି ଶେଷ ହୋଇଛି। ଏହା ସହିତ ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ଶେଷ ହୋଇଯାଇଛି। ସକାଳ ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ ହେବାକୁ ଥିବା ବେଳେ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଥିବାରୁ ପ୍ରାୟ ସାଢ଼େ ୬ଟାରୁ ଆରମ୍ଭ ହୋଇଯାଇଛି ପହଣ୍ଡି।