ରାଜ୍ୟର ଖରିଫ ଧାନ କ୍ରୟ ଓ ତଦାରଖ ପାଇଁ ୧୨ ଅଧିକାରୀଙ୍କୁ ଦାୟିତ୍ୱ

ଭୁୁବନେଶ୍ୱର/ସଞ୍ଜୁ – ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଧାନର କିଣାବିକା ଆରମ୍ଭ ହୋଇଗଲାଣି । ଏଥିପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖରିଫ ଧାନ କ୍ରୟ ଏବଂ ତଦାରଖ ପାଇଁ ଖାଦ୍ୟ ଓ ସମବାୟ ର ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ନାମ ପଞ୍ଜୀକରଣ କରିଥିବା ଚାଷୀଙ୍କ ଠାରୁ ଧାନ କ୍ରୟକୁ ଠିକ୍ ବ୍ୟବସ୍ଥା ରେ ସୁରୁଖରେ ସମ୍ପନ୍ନ କରିବାକୁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଅଧିକାରୀମାନଙ୍କୁ ପ୍ରତିଦିନ ଧାନମ ସଂଗ୍ରହ କାର୍ଯ୍ୟକୁ ତଦାରଖ କରିବା ସହ ଜିଲ୍ଲାଗୁଡିକ ନିୟମିତ ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ପାଇଁ ଦାୟିତ୍ୱରେ ଥିବା ଅଧିକାରୀ ଚାଷୀ, ପାକ୍ସର କର୍ମକର୍ତ୍ତା, ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଭେଟି ସେମାନଙ୍କ ସମସ୍ୟା ବୁଜିବା ସହ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି ।