(ତାଳଚେର ) : ଆଜି ପୁଣି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦେଇଛି ତାଳଚେର କ୍ରିୟାନୁଷ୍ଠାନ କମିଟି। ସକାଳ ୬ ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆନନ୍ଦୋଳନ ଚାଲିବ ବୋଲି କହିଛି କ୍ରିୟାନୁଷ୍ଠାନ କମିଟି। ଦୋକାନ ବଜାର , ଯାନବାହନ ବନ୍ଦ ରହିଥିବା ବେଳେ କୋଇଲା ପରିବହନ ମଧ୍ୟ ଠପ ରହିଛି । ଏହି ବନ୍ଦ କୁ ସମର୍ଥନ ଜଣାଇଛନ୍ତି ତାଳଚେର ବାର ଆସୋସିଏସନ, ତାଳଚେର ଟ୍ରକ ମାଲିକ ସଙ୍ଘ,ତାଳଚେର ବସ ମାଲିକ ସଂଘ ଏବଂ ତାଳଚେର ସାମ୍ବାଦିକ ସହ ଅନ୍ୟାନ୍ୟ ସଂଗଠନ। ଟିଟିପିଏସ ଫେଜ୨କୁ ପୁନଃ ଚାଲୁ କରାଯାଇ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା ମୁଖ୍ୟ ଦାବି ରହିଛି।
ସୂଚାନୁଯାୟୀ , ଯେ ଗତ ୬ ତାରିଖରେ ଏହି କ୍ରିୟାନୁଷ୍ଠାନ କମିଟି ୪ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରିଥିଲେ। ଆଜିପୁଣି ୧୨ ଘଣ୍ଟିଆ ତାଳଚେର ବନ୍ଦ କରିବା ସହ ଅର୍ଥନୈତିକ ଅବରୋଧ କରିଛନ୍ତି।